ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲିକ୍‌ ହେଲା ଆୟୁଷ୍ମାନ୍‌ଙ୍କ ‘ଡ୍ରିମ୍‌ ଗାର୍ଲ-୨’ ଲୁକ୍‌

ବଲିଉଡ୍‌ ଅଭିନେତା ଆୟୁଷ୍ମାନ୍‌ ଖୁରାନା ଏବେ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଡ୍ରିମ୍‌ ଗାର୍ଲ-୨’ ପାଇଁ ଚର୍ଚ୍ଚାରେ । ଏଥିରେ ତାଙ୍କ ବିପକ୍ଷରେ ନାୟିକା ଭାବେ ଦେଖାଯିବେ ଅନନ୍ୟା ପାଣ୍ଡେ। କିଛି ଦିନ ପୂର୍ବରୁ ଫିଲ୍ମର ଟିଜର୍‌ ଜାରି କରାଯାଇଥିଲା। ଯାହାକୁ, ଦର୍ଶକେ ଖୁବ୍‌ ପସନ୍ଦ କରିଛନ୍ତି। ଏବେ ଏହି ଫିଲ୍ମରେ ଆୟୁଷ୍ମାନ୍‌ଙ୍କ ଲୁକ୍, ଲିକ୍‌ ହୋଇଛି। ଏହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଲିକ୍‌ ହୋଇଥିବା ଫଟୋରେ ଆୟୁଷ୍ମାନ୍‌ ଲାଲ୍ ରଙ୍ଗର ଏକ ସାଲୱାର୍ ପିଦ୍ଧିଥିବା ସହ ଲମ୍ବା ହେୟାରଷ୍ଟାଇଲ୍‌ରେ ନଜର ଆସିଛନ୍ତି।

ଏଥିରୁ ସ୍ପଷ୍ଟ ହୋଇଛି ଯେ, ଆୟୁଷ୍ମାନ୍‌ ଫିଲ୍ମର ସୁଟିଂ ଆରମ୍ଭ କରି ଦେଇଛନ୍ତି। ‘ଡ୍ରିମ୍‌ ଗାର୍ଲ-୨’ରେ ଆୟୁଷ୍ମାନ୍‌ ପୂଜା ନାମ୍ନୀ ଜଣେ ଝିଅ ଭୂମିକାରେ ଅଭିନୟ କରୁଛନ୍ତି। ସେ ସ୍ବର ବଦଳାଇ ଝିଅ ସ୍ବରରେ ଲୋକଙ୍କ ସହ ଫୋନ୍‌ରେ କଥା ହେଉଛନ୍ତି। ଏଥିରେ ଆୟୁଷ୍ମାନ୍‌ ଏବଂ ଅନନ୍ୟାଙ୍କ ସହ ନୁସରତ୍‌ ବରୁଚା ମଧ୍ୟ ଦେଖାଯିବେ। ରାଜ ଶ୍ୟାଣ୍ଡିଲ୍ୟ ଏହାର ନିର୍ଦ୍ଦେଶନା ଦାୟିତ୍ବରେ ରହିଛନ୍ତି। ଆୟୁଷ୍ମାନ୍‌ଙ୍କ କାମ କଥା କହିବାକୁ ଗଲେ ସେ ଶେଷଥର ପାଇଁ ‘ଅନେକ’ ଫିଲ୍ମରେ ନଜର ଆସିଥିଲେ। ଏବେ ସେ ‘ଡକ୍ଟର ଜୀ’ ଫିଲ୍ମରେ ରକୁଲ୍‌ ପ୍ରୀତ ସିଂହଙ୍କ ସହ ନଜର ଆସିବେ। ଏହା ଅକ୍ଟୋବର ୧୪ ତାରିଖରେ ରିଲିଜ୍‌ ହେବ।

Leave A Reply

Your email address will not be published.