ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ବିଜାପୁରରେ ମାଓ ହିଂସା, ଜାଳିଦେଲେ ୫ ଗାଡ଼ି

ମାଲକାନଗିରି: ଛତିଶଗଡ଼ ବିଜାପୁରରେ ମାଓ ହିଂସା ଥମିବାର ନାଁ ନେଉନି । ବିଜାପୁରରେ ଲାଲବାହିନୀ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟଣା ଚାଲିଛନ୍ତି । ମିଙ୍ଗାଚଲ ନଦୀ ନିକଟରେ ନିର୍ମାଣାଧୀନ ୱାଟର ଫିଲ୍ଟର ପ୍ଲାଣ୍ଟକୁ ବିରୋଧ କରି ହିଂସାକାଣ୍ଡ ଘଟାଇଛନ୍ତି । ୱାଟର ଫିଲ୍ଟର ପ୍ଲାଣ୍ଟ ନିର୍ମାଣରେ ନିୟୋଜିତ ଏକାଧିକ ଗାଡ଼ିକୁ ଜାଳି ଦେଇଛନ୍ତି ନକ୍ସଲ ।

ମାଓବାଦୀ ୫ଟି ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି । ୨ଟି ପ୍ରୋକଲିନ୍, ୨ଟି ଏଜୋକସ୍ ଓ ଗୋଟିଏ ଟ୍ରାକ୍ଟରକୁ ମାଓବାଦୀ ପୋଡ଼ି ଦେଇଛନ୍ତି । ବିଜାପୁର ଜିଲ୍ଲା ନେଇମେଡ୍ ଥାନା ମିଙ୍ଗାଚଲ ନଦୀ ପଠାରେ ଏହି ଘଟଣା ଘଟିଛି । ଆବିଦାସୀ ଅଞ୍ଚଳରେ ହେଉଥିବା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଏଭଳି କାଣ୍ଡ ଘଟାଇଛି ଲାଲ୍ ବାହିନୀ ।

ନିକଟରେ ବିଜାପୁରରେ ସୁରକ୍ଷାବାହିନୀ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ । ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିବା ବେଳେ ୩୧ ଜଣ ଆହତ ହୋଇଥିଲେ । ଜଣେ ସିଆରପିଏଫ୍ ଯବାନଙ୍କୁ ଅପହରଣର ୬ ଦିନ ପରେ ମାଓବାଦୀ ଛାଡ଼ିଥିଲେ । ୯ ତାରିଖରେ ମାଓବାଦୀ ୩ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ କରି ନେଇଥିବା ଖବର ଆସିଥିଲା । ଉକ୍ତ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ନକ୍ସଲ ପୁଣି ଆଉ ଗୋଟିଏ ହିଂସାକାଣ୍ଡ ଘଟାଇଛନ୍ତି ।

Leave A Reply

Your email address will not be published.