ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ଭୁବନେଶ୍ୱରରେ ଅଟୋ ଚଳାଚଳ ବନ୍ଦ, ଆନ୍ଦୋଳନରେ ସାମିଲ ହେବେ ୧୦ହଜାର ଅଟୋ ଚାଳକ

ଭୁବନେଶ୍ୱର: ଆଜିର ଡ୍ରାଇଭର୍‌‌ ଆନ୍ଦୋଳନକୁ ପ୍ରତିବାଦ କରି ଆନ୍ଦୋଳନ କରିବେ ନିଖିଳ ଓଡ଼ିଶା ଅଟୋ ଚାଳକ ମହାସଂଘ। ରାଜଧାନରେ ଆଜି ଅଟୋ ଚଳାଚଳ ବନ୍ଦ ରହିବ। ଏହି ଆନ୍ଦୋଳନରେ ୧୦ହଜାର ଅଟୋ ଚାଳକ ଏହି ବନ୍ଦରେ ସାମିଲ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଗାନ୍ଧୀମାର୍ଗରେ ଅଟୋ ମହାସଂଘ ପକ୍ଷରୁ ଧାରଣା ଦେବେ ବୋଲି ସୂଚନା ମିଳିଛି।

ସେହିପରି ଷ୍ଟିୟରିଂ ବନ୍ଦ ଆନ୍ଦୋଳନ ନିଷ୍ପତ୍ତି ଅରୁଚିକର। ପ୍ରକୃତ ଡ୍ରାଇଭରଙ୍କୁ ନେଇ ରାଜ୍ୟରେ ଥିବା ବହୁ ସଂଗଠନ ଏହି ନିଷ୍ପତ୍ତି ସହ ସହମତି ନୁହନ୍ତି। ବଡ଼ବଡ଼ ମହାସଂଘ ଏହାକୁ ସହଯୋଗ କରିନାହାନ୍ତି ଓ ସାମିଲ ବି ହୋଇନାହାନ୍ତି। ପୂର୍ବଭଳି ଆଜି ମଧ୍ୟ ହିଂସାଳକ କାର୍ଯ୍ୟପନ୍ଥା ଗ୍ରହଣ କରିବାର ନଜିର ରହିଛି। ଆନ୍ଦୋଳନ ସମୟରେ ଅନ୍ୟ ସଂଗଠନର ସଦସ୍ୟଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଛନ୍ତି। ସେଭଳି ସବୁ ଦାବି ଯୁକ୍ତିକର ନୁହେଁ କି ସବୁ ରାଜ୍ୟ ସରକାରଙ୍କ ଅଧୀନରେ ନୁହେଁ, ବହୁ କେନ୍ଦ୍ର ସରକାରଙ୍କ ଅଧୀନରେ। ଗୋଟିଏ ଦୁଇଟି ଦାବିକୁ ବାଦ ଦେଲେ ସବୁ ଦାବି ହାସ୍ୟାସ୍ପଦ।

ଅନ୍ୟପଟେ ସରକାର ସଂଘର ଦାବିକୁ ସହୃଦୟତାର ସହ ଗ୍ରହଣ କରି ଆଲୋଚନା କରୁଥିବା ବେଳେ ଏଭଳି ଚରମ ପଦକ୍ଷେପ ଆଦୌ ଗ୍ରହଣୀୟ ନୁହେଁ। ସରକାରୀ କର୍ମଚାରୀଙ୍କୁ ପେନସନ ବ୍ୟବସ୍ଥା ନ ଥିବା ବେଳେ ଡ୍ରାଇଭରମାନେ ପେନସନ ଦାବି କେତେ ଯୁକ୍ତିଯୁକ୍ତ ଏନେଇ ପ୍ରଶ୍ନ ଉଠାଇଛି ଖୋଦ ଅଟୋ ଚାଳକ ମହାସଂଘ।

Leave A Reply

Your email address will not be published.