ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିଶାଷକ୍ତ ଚାଳକ ଦୋକାନ ଭିତରେ ପଶାଇଲେ ଅଟୋ

କାମାକ୍ଷାନଗର: କାମାକ୍ଷାନଗର ସହରର ଲକ୍ଷ୍ମୀବଜାର ଠାରେ ଦୋକାନ ଭିତରେ ପଶିଗଲା ଅଟୋ। ସୂଚନା ଅନୁସାରେ, ଆଜି ସ୍ଥାନୀୟ ଲକ୍ଷ୍ମୀବଜାର ଠାରେ ଏକ ଅଟୋଚାଳକ ଅତ୍ୟଧିକ ନିଶାସେବନ କରି ଅଟୋ ଟିକୁ ଦୋକାନ ମଧ୍ୟରେ ପଶାଇ ଦେଇଥିଲେ। ସୋଭାଗ୍ୟ ବଶତଃ ବର୍ଷା କାରଣରୁ ବଜାରରେ କୌଣସି ଲୋକ ନ ଥିବାରୁ କାହାର କ୍ଷୟକ୍ଷତି ହୋଇନାହିଁ। କାମାକ୍ଷାନଗର ସହରରେ ବିନା ପଞ୍ଜିକରଣରେ ଅଟୋ ବହୁପରିମାଣରେ ଚଲାଯାଉଛି। ଯାହାକୁ ନେଇ ଅଟୋ ଚାଳକଙ୍କ ଲାଇସେନ୍ସ ଉପରେ ସାଧାରଣ ଜନତା ପ୍ରଶ୍ନବାଚୀ ଉଠାଇଛନ୍ତି।

Leave A Reply

Your email address will not be published.