ଟସ୍‌ ଜିତିଲା ଅଷ୍ଟ୍ରେଲିଆ: ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି…

ଅହମଦାବାଦ : ଅଷ୍ଟ୍ରେଲିଆ ଟସ୍ ଜିତି ଭାରତ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି କରିଛି, ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି। ଭାରତ ପାଇଁ କର ବା ମର ସ୍ଥିତି ସୃଷ୍ଟି ହୋଇଛି। ଯେ କୌଣସି ମୂଲ୍ୟରେ ଏହି ଟେଷ୍ଟ ଜିତିବାକୁ ଟିମ୍‌ ଇଣ୍ଡିଆ ଚାପରେ ରହିଛି। ଏହାର ବିଜୟ ଭାରତୀୟ ଦଳକୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିବାର ସୁଯୋଗ ସୃଷ୍ଟି କରିବ।

ଯାହାଦ୍ୱାରା ଟିମ୍‌ ଇଣ୍ଡିଆ ଜୁନ ମାସରେ ପୁଣି ଥରେ ଅଷ୍ଟ୍ରେଲିଆ ସହିତ ମୁକାବିଲା କରି ପାରିବ। ଟିମ ଇଣ୍ଡିଆ ୨୦୧୬-୧୭ ଠାରୁ ଅଷ୍ଟ୍ରେଲିଆଠାରୁ କ୍ରମାଗତ ତିନିଟି ଟେଷ୍ଟ ସିରିଜ ଜିତିଛି। ଯଦି ଅହମ୍ମଦାବାଦ ଟେଷ୍ଟରେ ଜିତେ ତେବେ ଏହା ଅଷ୍ଟ୍ରେଲିଆ ଉପରେ କ୍ରମାଗତ ଚତୁର୍ଥ ଟେଷ୍ଟ ସିରିଜ ବିଜୟ ହେବ। ଏହି ସିରିଜରେ ଭାରତ ୨-୧ରେ ଆଗୁଆ ଅଛି। ଯଦି ସିରିଜ ୨-୨ ଡ୍ର ରହେ ତେବେ ବର୍ଡର-ଗାଭାସ୍କର ଟ୍ରଫି ଟିମ୍‌ ଇଣ୍ଡିଆ ବଜାୟ ରଖିବ।

Leave a comment