ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ : ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ୨୬୩ ରନ୍‌ରେ ଅଲଆଉଟ୍‌

ଦିଲ୍ଲୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍‌‌ ସ୍ଥାନୀୟ ଅରୁଣ ଜେଟଲୀ ଷ୍ଟାଡିୟମ୍‌‌ରେ ଆଜିଠୁ ଖେଳାଯାଉଛି। ଏହି ମ୍ୟାଚରେ ଟସ୍‌ ଜିତି ପ୍ରଥମ ଇଂନିସ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ମାତ୍ର ୨୬୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି। ଭାରତୀୟ ବୋଲରମାନେ ପ୍ରଥମ ଟେଷ୍ଟ ପରି ଦ୍ବିତୀୟଟେଷ୍ଟରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛନ୍ତି। ଫଳରେ ଏହି ମ୍ୟାଚରେ କଙ୍ଗାରୁ ଦଳ ୨୬୩ ରନରେ ଅଲଆଉଟ ହୋଇଯାଇଛି । ଭାରତ ପକ୍ଷରୁ ମହମ୍ମଦ ସାମି ୪, ଅଶ୍ୱିନୀ ୩ ଓ ଜାଡେଜା ୩ଟି ଲେଖାଏଁ ୱିକେଟ ନେଇଛନ୍ତି ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ବୋଲିଂ କରିଥିଲା ଭାରତ । ଅଷ୍ଟ୍ରେଲିଆ ପକ୍ଷରୁ ଦଳର ଦୁଇ ଓପନର ଡେଭିଡ୍ ଓ୍ବାର୍ନର ଓ ଉସମାନ ଖ୍ବାଜା ଭଲ ଆରମ୍ଭ କରିଥିଲେ । ତେବେ ଓ୍ବାର୍ନର ମାତ୍ର ୧୫ ରନରେ ଅଲଆଉଟ ହୋଇଯାଇଥିବାବେଳେ ଖ୍ବାଜା ୮୧ ରନ କରିଥିଲେ । ତେବେ ଦଳ ମଧ୍ୟକ୍ରମ ପୁଣି ବିଫଳ ହୋଇଥିଲା । ମଧ୍ୟକ୍ରମର ୩ ବ୍ୟାଟ୍ସମ୍ୟାନ ଶସ୍ତାରେ ପାଭିଲିୟନ ଫେରିଥିଲେ । ତେବେ ପିଟର ହାଣ୍ଡସକମ୍ବ ଓ ପାଟ କମିନ୍ସ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇନେଇଥିଲେ । ହାଣ୍ଡସକମ୍ବ ୭୨ ଓ କମିନ୍ସ ୩୩ ରନ କରିଥିଲେ । ଫଳରେ ଦଳ ୨୬୩ ପର୍ଯ୍ୟନ୍ତ ପହଞ୍ଚିପାରିଥିଲା ।

Leave A Reply

Your email address will not be published.