ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଗଷ୍ଟ ୧ ଯାଏ ଆଂଶିକ ଲକଡାଉନ, ରାଜ୍ଯର ସମସ୍ତ ଜିଲ୍ଲାରେ ଚାଲିବ ବସ୍ ସେବା

ଭୁବନେଶ୍ବର: ଆଂଶିକ ଲକଡାଉନ ନେଇ ମୁଖ୍ଯ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କରୋନାକୁ ହରାଇବା ପାଇଁ  ରାଜ୍ଯସରକାର ୩୦ ଜିଲ୍ଲାକୁ A ଓ B କ୍ୟାଟେଗୋରୀରେ ବିଭକ୍ତ କରିଥିଲେ । କାଟେଗୋରୀ Aରେ ୨୦ ଓ Bରେ ୧୦ ଜିଲ୍ଲା ପୂର୍ବ ପରି ରହିବ।

କାଟାଗୋରୀ A’ରେ ଥିବା ୨୦ଟି ଜିଲ୍ଲା ଗୁଡିକ ହେଲା-  ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା , ଅଗୁଗୁଳ, କେନ୍ଦୁଝର ଏବଂ ଢ଼େଙ୍କାନାଳ ।

କାଟାଗୋରୀ B’ ରେ ୧୦ଟି ଜିଲ୍ଲା ଗୁଡ଼ିକ ହେଲା- ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ,ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର

ପୂର୍ବପରି A ଓ B କାଟେଗୋରୀରେ ଲକଡାଉନ ଜାରି ରହିବ। କାଟେଗୋରୀରେ B’ରେ ପୂର୍ବପରି ସପ୍ତାହନ୍ତ ସଟଡାଉନ ଓ ନାଇଟ କର୍ଫ୍ୟୁ ଜାରି ରହିବ।

ହେଲେ ଏହି ଆଂଶିକ ଲକଡାଉନ ସମୟରେ ସମଗ୍ର ରାଜ୍ୟରେ ବସ୍ ସେବା ଚାଲୁ ରହିବ । ବସରେ ଯେତିକି ସିଟ୍ ସେତିକି ଲୋକ ଯିବାକୁ ଅନୁମତି ମିଳିବ। ଠିଆ ହୋଇ କୌଣସି ଯାତ୍ରୀ ଯାଇପାରିବେ ନାହିିଁ। କେବଳ ପୁରୀରେ ଜୁଲାଇ ୨୫ ପର୍ଯ୍ଯନ୍ତ ବସ୍ ଚଳାଚଳକୁ ବାରଣ କରାଯାଇଛି। ଟ୍ୟାକ୍ସି ଓ ଅଟୋ ବି ସବୁ ଜିଲ୍ଲାରେ ଚାଲିବ।

-କାଟେଗୋରୀ A’ରେ ରାତି ୮ଟା ଯାଏଁ ଖୋଲିବ ଦୋକାନ ବଜାର ।
-କାଟେଗୋରୀ B’ରେ ସକାଳା ୬ଟାରୁ  ସନ୍ଧ୍ଯା ୫ଟା ଯାଏ ଖୋଲିବ ଦୋକାନ ବଜାର ।

-ଖୋଲିବ ଜିମ୍, ବିୟୁଟିପାର୍ଲର, ସ୍ପା ଓ ସେଲୁନ

-ଆଉଟଡୋର ସୁଟିଂକୁ ମିଳିଲା ଅନୁମତି

-ପାର୍କ, ମଲ, ସିନେମା ହଲ, ଯାତ୍ରା, ବାର୍ ବନ୍ଦ ରହିବ

-ସ୍କୁଲ, କୋଚିଂ ସେଣ୍ଟର ମଧ୍ୟ ବନ୍ଦ ରହିବ

-ରେଷ୍ଟୁରାଣ୍ଟ ଉଠା ଦୋକାନୀ କେବଳ ପାର୍ସଲ ଦେବେ

Leave A Reply

Your email address will not be published.