ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏସିଡ ପକାଇ ଘର ଜାଳିବା ପାଇଁ ଉଦ୍ୟମ, ଜଣେ ଗୁରୁତର

କେନ୍ଦ୍ରାପଡା : ବିଅର ବୋତଲରେ ଏସିଡ ପୁରାଇ ଜଣକ ଘରକୁ ଫୋପାଡିବାରୁ ବେଡ଼ ଜଳିଯିବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି l ସୂଚନା ମୁତାବକ, ଡେରାବିଷ ଥାନା ଅଧିନ ଫକିରାବାଦ ଚାଟରାଚକଡ଼ାର ଓଲଡ଼ି ଅଞ୍ଚଳରେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି l ସେକ ନ୍ୟାମତ ଅଲ୍ଲୀ ତାଙ୍କ ଘରେ ଶୋଇଥିବା ଅବସ୍ଥାରେ କେହି ଦୁର୍ବୁର୍ତ୍ତ ଝରକା ବାଟେ ବିଅର ବୋତଲରେ ଏସିଡଭଳି କିଛି ପଦାର୍ଥ ପୁରାଇ ଫୋପାଡ଼ିଥିଲେ l ଫଳରେ ସେକ ନ୍ୟାମତଙ୍କ ବେଡ଼ ଜଳି ଯାଇ ସେ ଅଧାପୋଡା ହୋଇଛନ୍ତି l କେହି ତାଙ୍କୁ ଜୀବନରୁ ମାରିଦେବାକୁ ଏହିଭଳି କରିଥିବା ନେଇ ସେକ ନ୍ୟାମତ ଥାନାରେ ଅଭିଯୋଗ କରିଛନ୍ତି l ଏନେଇ ପୋଲିସ ଏକ ମାମଲା ୧୨୨/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଛି l

Leave A Reply

Your email address will not be published.