ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏଟିଏମ ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଏରିଆରେ ପୁଣି ଥରେ ଏଟିଏମ ଲୁଟେରାଙ୍କ ଲୋଲୁପ ଦୃଷ୍ଟି ପଡିଛି । ଗତ ଦୁଇ ବର୍ଷ ତଳେ ବାରମ୍ବାର ଏଟିଏମ ଭାଙ୍ଗି ଲୁଟ ହୋଇଥିବା ବେଳେ ପୁଲିସ ଲୁଟେରା ମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା ବୋଲି କହିଥିଲା । ତେବେ ଦୀର୍ଘ ଦିନ ବ୍ୟବଧାନରେ ଜିଲ୍ଲାରେ ପୁଣି ଥରେ ଏଟିଏମ ଲୁଟେରା ମାନେ ଏଟିଏମ ଭାଙ୍ଗି ଟଙ୍କା ଲୁଟ କରିବାକୁ ଚେଷ୍ଟା କରିଛନ୍ତି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ଛେଣ୍ଡିପଦା ଥାନା ନୂଆଁଗାଁ ଠାରେ ଥିବା ଏସ ବି ଆଇ ଶାଖାର ଏଟିଏମ କୁ ଲୁଟେରା ମାନେ ଭଙ୍ଗାରୁଜା କରିଛନ୍ତି । ଏଟିଏମ ମେସିନର ସାମ୍ନା ପଟ ସେମାନେ ଶାବଳରେ ଭାଙ୍ଗି ଥିବା ବେଳେ ଟଙ୍କା ଲୁଟ ହୋଇଛି କି ନାହିଁ ତାହା ଜଣା ପଡିନାହିଁ । ସ୍ଥାନୀୟ ଲୋକ ଏଟିଏମ ଭଙ୍ଗା ଯାଇଥିବା ଦେଖି ପୁଲିସକୁ ସୂଚନା ଦେଇଛନ୍ତି । ପୁଲିସ ଓ ବ୍ୟାଙ୍କ କର୍ମଚାରୀ ଆସିବା ପରେ ଟଙ୍କା ଲୁଟ ହୋଇଛି ନା ନାହିଁ ଜଣା ପଡିବ ।

Leave A Reply

Your email address will not be published.