ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହିଳାଙ୍କୁ ମରଣାତ୍ମକ ଆକ୍ରମଣ ମାମଲାର ତଦନ୍ତ ପାଇଁ ଗାଁକୁ ଯାଇଥିବାବେଳେ ପୋଲିସ ଅଧିକାରୀଙ୍କୁ କାମୁଡିଲା ଅଭିଯୁକ୍ତ

କାମାକ୍ଷାନଗର: ପୂର୍ବ ଶତୃତାକୁ ନେଇ ବିବାହିତା ମହିଳାଙ୍କୁ ମରଣାତ୍ମକ ଆକ୍ରମଣ। ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି। ସୂଚନା ଅନୁସାରେ କାମାକ୍ଷାନଗର ଥାନା ରାଙ୍କିଆ ଗ୍ରାମର ବିଜୟ ମାହାନ୍ତି ଓ ପ୍ରକାଶ ମାହାନ୍ତି ଦୁଇ ପରିବାର ମଧ୍ୟରେ ପୂର୍ବରୁ କଳିଝଗଡା ଲାଗି ରହିବା ସହିତ ମାଡପିଟ ଲାଗିରହିଥିଲା। ତେବେ ଆଜି ସକାଳୁ ପ୍ରକାଶ ମାହାନ୍ତିଙ୍କ ସ୍ତ୍ରୀ ବାସନ୍ତି ମାହାନ୍ତିଙ୍କୁ ବିଜୟ ମାହାନ୍ତି ଅତର୍କିତ ଆକ୍ରମଣ କରିଥିଲା। ଫଳରେ ତାଙ୍କ ହାତ ଓ ଜଙ୍ଘରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ପରିବାର ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତିକରାଯାଇଛି । ପୋଲିସ ମେଡିକାଲରେ ପହଞ୍ଚି ଘଟଣା ସଂପର୍କରେ ବୁଝିବା ସହ ରାଙ୍କିଆ ଗ୍ରାମକୁ ଯାଇଥିବା ବେଳେ ସଂପୃକ୍ତ ଯୁବକ ପୋଲିସ ଅଧିକାରୀ ପ୍ରମୋଦ କୁମାର ଲେଙ୍କାଙ୍କୁ କାମୁଡି ଦେଇଥିବା ଜଣାପଡିଛି। ପୋଲିସ ଅଧିକାରୀଙ୍କ ଗୋଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

Leave A Reply

Your email address will not be published.