କୋରାପୁଟ ଲମତାପୁଟରେ ଚିନାମାଟି ଖନନକୁ ବିରୋଧ କରି ଉତ୍ତେଜନା, ପୁଲିସ ଉପରେ ଆକ୍ରମଣ

ଲମତାପୁଟ : ଚିନାମାଟି ଖନନକୁ ବିରୋଧ କରି ପୁଲିସକୁ ଆକ୍ରମଣ । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ । ଏଠାରେ ଚାଲିଥିବା ଚିନାମାଟି ଖନନକୁ ବିରୋଧ କରି ପୁଲିସ ଉପରେ ଚିନାମାଟି ସୁରକ୍ଷା ସମିତି ପକ୍ଷରୁ ହୋଇଛି ଆକ୍ରମଣ । ଘରୋଇ କମ୍ପାନୀର ଚିନାମାଟି ଖନନକୁ ବିରୋଧ କରି ଅଂଚଳବାସୀ ଏଭଳି ପଦକ୍ଷେପ ନେଇଛନ୍ତି।

ସୂଚନା ଅନୁସାରେ, ଲମତାପୁଟ ବ୍ଲକ ଅନ୍ତର୍ଗତ କୁମାର ର୍ଗନ୍ଧଣା ପଞ୍ଚାୟତରେ ଚୀନାମାଟି ଥିବା ସ୍ଥାନକୁ ଖନନ କମ୍ପାନୀର ସୁରକ୍ଷାକର୍ମୀ ମାନେ ଯାଇଥିବା ବେଳେ ସେଠାରେ ପ୍ରାୟ ଶହେରୁ ଅଧିକ ଗ୍ରାମବାସୀ ସେମାନଙ୍କୁ ଅଟକାଇ ଧମଚମକ ଦେଇଥିଲେ । ନନ୍ଦପୁର ପୋଲିସ ଖବର ପାଇ ଘଟଣା ସ୍ଥଳକୁ ଯାଇ ବୁଝାଇବା ପାଇଁ ଚେଷ୍ଟା କରୁଥିବା ବେଳେ ନନ୍ଦପୁର ଥାନା ଅଧିକାରୀ ପ୍ରଫୁଲ୍ଲ ଲାକ୍ରାଙ୍କୁ ମାଡ ମାରି ତଳେ ପକାଇ ଦେଇଥିଲେ। ଏପରିକି ଧକ୍କାମାରି ଗାତକୁ ଠେଲି ହାଣିବାକୁ ଉଦ୍ୟମ କରିଥିଲେ କିଛି ଲୋକ । ନିକଟରେ ଥିବା ସହଯୋଗୀ ପୁଲିସକର୍ମୀ ମାନେ ତାଙ୍କୁ ଉଦ୍ଧାର କରିଥିଲେ ଏବଂ ପୁଲିସ ନମ୍ରତା ସହ ଲୋକଙ୍କୁ ବୁଝାସୁଝା କରି ସୁରକ୍ଷାକର୍ମୀଙ୍କୁ ଉଦ୍ଧାର କରିଥିଲେ ।

ପୁଲିସ ଉପରକୁ ଅକ୍ରମଣ ଘଟଣାର ଭିଡିଓ ଆସିବା ପରେ ସବୁ ମହଲରେ ନିନ୍ଦା କରାଯାଇଛି । ଆକ୍ରମଣ ଅଭିଯୋଗରେ ୨ ଜଣକୁ ଅଟକ ରଖି ଜେରା କରାଯାଉଛି। ଆଉ ଯେଉଁମାାନ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ର।

Leave a comment