ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭଦ୍ରକ ତୋରଣପଦାରେ ପୋଲିସ ଉପରେ ଆକ୍ରମଣ, ମହିଳା କନେଷ୍ଟବଳଙ୍କ ସମେତ ୪ ଆହତ

ଭଦ୍ରକ: ଭଦ୍ରକ ତୋରଣପଦାରେ ପୋଲିସ ଉପରେ ଆକ୍ରମଣ । ଗ୍ରାମବାସୀଙ୍କ ଆକ୍ରମଣରେ ପୋଲିସ ହୋଇଛି ଲହୁଲୁହାଣ । ଆକ୍ରମଣରେ ସାବରଙ୍ଗ ଥାନାର ମହିଳା କନେଷ୍ଟବଳଙ୍କ ସମେତ ୪ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଦୁଇ ଗୋଷ୍ଠି ସଂଘର୍ଷର ତଦନ୍ତ ପାଇଁ ସାବରଙ୍ଗ ଥାନା ପୋଲିସ ତୋରଣପଦା ଯାଇଥିବାବେଳେ ଆକ୍ରମଣ ହୋଇଛି । ଅଭିଯୁକ୍ତକୁ ଗିରଫ କରିବାକୁ ଯାଇଥିବାବେଳେ ଅଭିଯୁକ୍ତର ପରିବାର ଲୋକଙ୍କ ସହ ଗ୍ରାମବାସୀଙ୍କ ଆକ୍ରମଣରେ ୪ ପୋଲିସ କନେଷ୍ଟବଳ ଆହତ ହୋଇଛନ୍ତି । ଅଭିଯୁକ୍ତ ନାମରେ ଆଗରୁ ମଧ୍ୟ ଅଭିଯୋଗ ଥିଲା ବୋଲି ସୂଚନା ମିଳିଛି । ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ୩ ମହିଳା ଅଟକ ଅଛନ୍ତି ।

Leave A Reply

Your email address will not be published.