ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜେପି କର୍ମୀଙ୍କ ଗୁଣ୍ଡାଗିରି; ଖବର ସଂଗ୍ରହବେଳେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ

ପାଇକମାଳ: ଗୁଣ୍ଡାଗିରି କରିବାରେ ବିଜେପି, ଏହାର ନେତା ଓ କର୍ମୀଙ୍କର କୌଣସି ତୁଳନା ନାହିଁ। କଥା କଥାକେ ଗଣ୍ଡଗୋଳ, ମାରପିଟ୍‍ କରିବାକୁ ଦଳର ନେତାମାନେ ପଛାଉ ନାହାନ୍ତି। ପ୍ରତିପକ୍ଷ ରାଜନୈତିକ ଦଳ ସହ ଏବେ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକମାନେ ମଧ୍ୟ ବିଜେପି କର୍ମୀଙ୍କ ଆକ୍ରୋଶ ଓ ଆକ୍ରମଣରୁ ବର୍ତ୍ତିପାରି ନାହାନ୍ତି। ପରାଜୟର ଭୟ ବିଜେପି ନେତା ଓ କର୍ମୀଙ୍କୁ ଏତେ ବ୍ୟଥିତ କରିଛି ଯେ ହିତାହିତ ଜ୍ଞାନ ହରାଇ ପୁଲିସ ଉପସ୍ଥିତିରେ ବି ସାମ୍ବାଦିକଙ୍କୁ ଆକ୍ରମଣ କରିବାକୁ ପଶ୍ଚାତପଦ ହେଉ ନାହାନ୍ତି। ପାଇକମାଳ ଥାନା ପରିସରରେ ପୁଲିସ ଉପସ୍ଥିତିରେ ବିଜେପି କର୍ମୀମାନେ ନନ୍ଦିଘୋଷ ଟିଭିର ବରିଷ୍ଠ ସାମ୍ବାଦିକ ଦେବହରି ବେହେରା, ତାଙ୍କ ସହଯୋଗୀ କ୍ୟାମେରାମ୍ୟାନ ଓ ଅନ୍ୟ ସାମ୍ବାଦିକମାନଙ୍କୁ ଆକ୍ରମଣ କରିଛନ୍ତି। ଅଶାଳୀନ ଭାଷାରେ ଗାଳିଗୁଲଜ ସହ ଦେବହରିଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଛନ୍ତି। ଏହି ଆକ୍ରମଣର ସମସ୍ତ ଦୃଶ୍ୟ ଥାନାର ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହି ଘଟଣାର ଫୁଟେଜ୍‍ ଦେଖିଲେ ବିଜେପି କର୍ମୀମାନେ କେତେ ଭୟଙ୍କର ଆଚରଣ ପ୍ରଦର୍ଶନ କରୁଛନ୍ତି ତାହା ସ୍ପଷ୍ଟ ହୋଇଯିବ।

ବିଜେପି ପଦ୍ମପୁରରେ ଛତିଶିଗଡ଼ୀ ଗୁଣ୍ଡା ଓ ଅପରାଧୀଙ୍କୁ ନିର୍ବାଚନ ପରିଚାଳନା କାର୍ଯ୍ୟରେ ଲଗାଇଥିବା ନେଇ ଅଭିଯୋଗ ହୋଇ ଆସୁଛି। ଚୋରା ମଦ ବ୍ୟବସାୟ, କଫ୍‍ ସିରପ୍‍ ବ୍ୟବସାୟ, ମାରପିଟ୍‍, ହଣାକଟାରେ ଜଡ଼ିତ ଅନ୍ୟ ରାଜ୍ୟର ଲୋକଙ୍କ ସଂଖ୍ୟା ପଦ୍ମପୁରରେ ବଢ଼଼଼଼ିବାରେ ଲାଗିଛି। ତେବେ ବୁଧବାର ବିଳମ୍ବିତ ରାତିରେ ଆକ୍ରମଣକାରୀମାନେ ସ୍ଥାନୀୟ ଭାଷାରେ କଥାବାର୍ତ୍ତା ହେଉଥିବାରୁ ସେମାନେ ନିକଟସ୍ଥ ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଛି। ଆକ୍ରମଣ ଖବର ପାଇ ବରଗଡ଼ ଏସ୍‍ପି ପାଇକମାଳ ଥାନାରେ ପହଞ୍ଚିଛନ୍ତି। ସେହିପରି ଆହତ ସାମ୍ବାଦିକ ଦେବହରି ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ଥାନା ବାହାରେ ଚାପା ଉତ୍ତେଜନା ଜାରି ରହିଛି ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ନିମନ୍ତେ ଥାନା ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Leave A Reply

Your email address will not be published.