ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋଣାର୍କରୁ ଭୁବନେଶ୍ବର ଆସୁଥିବା ମୋ ବସ୍ ଉପରକୁ ଆକ୍ରମଣ

କୋଣାର୍କ: କୋଣାର୍କରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ମୋ ବସ୍ ଉପରକୁ ପଥର ମାଡ଼ ହୋଇଛି। କୋଣାର୍କ ନିକଟସ୍ଥ ବାନଖଣ୍ଡି ଗୁଣ୍ଡି ଛକ ଠାରେ ମୋ ବସ୍ ଉପରେ ହୋଇଛି ପଥରମାଡ଼ । ଆଜି ସନ୍ଧ୍ୟାରେ କୋଣାର୍କରୁ ଭୁବନେଶ୍ୱର ମୋ ବସ ଯାଉଥିବା ବେଳେ ଭୁବନେଶ୍ୱରରୁ କୋଣାର୍କ ଆସୁଥିବା ସାରଳା ବସର କିଛି କର୍ମଚାରୀଙ୍କ ମଧ୍ୟରେ କେତେକ କାରଣକୁ ନେଇ ଝଗଡ଼ା ହୋଇଥିଲା । ଢେଲା ମାଡ଼ରେ ମୋ ବସର ସାମ୍ନା କାଚ ଭାଙ୍ଗିଛି । ଖବର ପାଇ କୋଣାର୍କ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସାରଳା ବସ ଓ କର୍ମଚାରୀଙ୍କୁ ଅଟକ ରଖି ପଚାର ଉଚରା ଜାରିରଖିଛି । ବାରମ୍ବାର ଘରୋଇ ଓ ମୋ ବସ ମଧ୍ୟରେ ବିବାଦ ଯୋଗୁଁ ଯାତ୍ରୀମାନେ ଅସୁବିଧାରେ ପଡୁଛନ୍ତି ।

Leave A Reply

Your email address will not be published.