ଖଲ୍ଲିକୋଟ ବିଧାୟିକାଙ୍କ ସମର୍ଥକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୁତ୍ତ, ଘର ଉପରେ କଲେ ଆକ୍ରମଣ

ବ୍ରହ୍ଣପୁର: ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ସମର୍ଥକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ବିଧାୟିକାଙ୍କ ଘର ଉପରେ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ସୂଚନା ମିଳିଛି । ଘରେ କେହି ନଥିବା ବେଳେ ଦୁର୍ବୃତ୍ତମାନେ ବାହାରେ ଭଂଗାରୁଜା କରିଛନ୍ତି। ଏପରିକି ଘରେ ଲାଗିଥିବା କାଚ ଓ ୨ଟି ବାଇକ ଭାଙ୍ଗି ଦେଇଛନ୍ତି। ସେପଟେ ଏବେ ବି ଗାଁ ରେ ଜାରି ରହିଛି ଗୋଷ୍ଠୀ କନ୍ଦଳ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ।

ଖଲ୍ଲିକୋଟ ବିଧାୟିକାଙ୍କ ବାସ ଭବନରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ସେପଟେ ବିଧାୟିକାଙ୍କ ବାସଭବନରେ ଥିବା ଦୁଇ ଜଣ ସମର୍ଥକଙ୍କୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଏହି ଦୁର୍ବୃତ୍ତମାନେ ହାଣିଛନ୍ତି । ଫଳରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ବିଧାୟିକାଙ୍କ ଗ୍ରାମରେ ଏବେ ବି ବୋମାମାଡ଼ ଜାରି ରହିଥିବା ନେଇ ସୂଚନା ମିଳିଛି । ପୂର୍ବ ଶତ୍ରୁତାକୁ ନେଇ ବୋମା ମାଡ଼ ହୋଇଥିବା ସୂଚନା ମିଳିଛି।

Leave a comment