ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିର୍ବାଚନରେ ନିୟୋଜିତ ଆଶାକର୍ମୀଙ୍କୁ ଆକ୍ରମଣ

କେନ୍ଦ୍ରାପଡା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିୟୋଜିତ ଥିବା ଜଣେ ଆଶାକର୍ମୀଙ୍କୁ ଆକ୍ରମଣ କରାଯାଇଥିବା ନେଇ ପାଟକୁରା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ, ପାଟକୁରା ଥାନା ଅଧିନ ଅଭୟପୁର ଆଶାକର୍ମୀ ୪୯ ବର୍ଷୀୟ ସଂଧ୍ୟାରାଣୀ ବାରିକ ୨୪ ନମ୍ବର ଜୋନର ୧୧ ନମ୍ବର ୱାର୍ଡ ତଥା ଆଖୁଆ ଦକ୍ଷିଣୀ ୟୁପି ସ୍କୁଲ ରେ ପଞ୍ଚାୟତ ନିର୍ବାଚନ ପାଇଁ ତାଙ୍କୁ ନିୟୋଜିତ କରାଯାଇଥିଲା । ଭୋଟ ଗ୍ରହଣ ଚାଲୁଥିବାବେଳେ ସେ ତାଙ୍କ ଦାୟିତ୍ୱ ସେଠାରେ ନିର୍ବାହ କରୁଥିଲେ । ଏହି ସମୟରେ ସେହି ଗ୍ରାମର ଶାନ୍ତନୁ ବାରିକ କୌଣସି କାରଣ ନଥାଇ ହଟାତ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ ।

ଆଶାକର୍ମୀ ସଂଧ୍ୟାରାଣୀ ବାରଣ କରିବାରୁ ତାଙ୍କୁ ଲୋକଙ୍କ ସାମ୍ନାରେ ଧକ୍କା, ତଣ୍ଟିଆ ମାରି ଲହୁଲୁହାଣ କରିଛନ୍ତି । ସ୍ଥାନୀୟ ଲୋକେ ଛଡାପଡା କରିବାରୁ ଆଶାକର୍ମୀ ବଂଚିଯାଇଥିଲେ । ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇଯାଇଥିଲା । ଗଲାବେଳେ ଅସାକର୍ମୀଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇ ଯାଇଛନ୍ତି । ଫଳରେ ଆଶାକର୍ମୀଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ୭୩/୨୨ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.