ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଫ୍ଲାଇଙ୍ଗ ସ୍କ୍ୱାର୍ଡ ଓ ଅବକାରୀ ବିଭାଗ ପକ୍ଷରୁ ବିଦେଶୀ ନକଲି ମଦ ତିଆରି କାରଖାନାରେ ଚଢ଼ାଉ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କହ୍ନେଇପାଳ ଗାଁରେ ଥିବା ବିଦେଶୀ ନକଲି ମଦ ତିଆରି କାରଖାନାରେ କଟକ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି। ବ୍ୟାପକ ପରିମାଣର ବିଦେଶୀ ମଦ ତିଆରି ସାମଗ୍ରୀ ଜବତ କରିବା ସହ ଜଣେ ମଦ ମାଫିଆକୁ ଗିରଫ କରିଛି ଅବକାରୀ ପୁଲିସ । ଗିରଫ ମଦ ମାଫିଆ ହେଉଛନ୍ତି ଭୁବନ ଥାନା କହ୍ନେଇପାଳ ଗାଁର ବିଷ୍ଣୁଚରଣ ବେହେରା।

ନକଲି ବିଦେଶୀ ମଦ କାରଖାନାରୁ ୬୦ ଲିଟର ନକଲି ବିଦେଶୀ ମଦ, ୩୬୦ ଲିଟର ସ୍ପିରିଟ, ୩ ହଜାର ନକଲି ଲେବଲ, ୨ହଜାର ୪ଶହ ଠିପି , ୧ ହଜାର ଖାଲି ବୋତଲ, ୧ ଲିଟର କାରାମେଲ ୧ଲିଟର ଏସେନ୍ସ ଫ୍ଲେବର ଜବତ କରାଯାଇଛି । ତେବେ ଅନୁଗୁଳରୁ ବିପୁଳ ପରିମାଣର ନକଲି ବିଦେଶୀ ମଦର ସାମ୍ରାଜ୍ୟ ଜବତ କରିବାର ଗୁମର ଖୋଲିବା ସହ ପୁଷ୍ପା ଫିଲ୍ମ ଷ୍ଟାଇଲରେ ଢେଙ୍କାନାଳରୁ ବିପୁଳ ପରିମାଣର ମଦ ତାହା ପୁଣି ଏକ କଣ୍ଟେନରରୁ ଜବତ ହୋଇଥିଲା । ଯାହାକୁ ଭିତ୍ତି କରି ଅବକାରୀ ପୁଲିସ କହ୍ନେଇପାଳ ଗାଁରେ ପହଞ୍ଚିକୁ ସକ୍ଷମ ହୋଇଥିଲା । ଆଗାମୀ ଦିନରେ ଅନେକ କିଛି ଗୁମର ସାମ୍ନାକୁ ଆସିବ ବୋଲି କଟକ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.