ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିବାହ ବନ୍ଧନରେ ବାନ୍ଧି ହେଲେ କ୍ରିକେଟର କେ.ଏଲ୍‌ ରାହୁଲ ଏବଂ ଅଭିନେତ୍ରୀ ଆଥିୟା ସେଟ୍ଟୀ; ହିନ୍ଦୁ ଋୀତିନୀତି ଅନୁଯାୟୀ ପଡିଲା ହାତଗଣ୍ଠି

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି କ୍ରିକେଟର କେ.ଏଲ ରାହୁଲ ଓ ଅଭିନେତ୍ରୀ ଆଥେୟା ସେଟ୍ଟୀ । ଦୀର୍ଘ ୩ ବର୍ଷଧରି ପରସ୍ପରକୁ ଡେଟ୍ କରିବା ପରେ ଉଭୟଙ୍କ ମଧ୍ୟରେ ଚାଲିଥିବା ପ୍ରେମ ସମ୍ପର୍କ ଆଜି ପତି ପତ୍ନୀରେ ପରିଣତ ହୋଇଛି । ହିନ୍ଦୁ ଋୀତିନୀତି ଅନୁଯାୟୀ ଆଥିୟା ଓ ରାହୁଲଙ୍କ ହାତଗଣ୍ଠି ପଡ଼ିଛି । ଖଣ୍ଡାଲାରେ ଥିବା ସୁନୀଲ ସେଟୀଙ୍କ ଫାର୍ମ ହାଉସରେ ଋତିନୀତି ଅନୁସାରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ୨୧ ତାରିଖରୁ ମୁମ୍ବାଇରେ ଆଥେୟା-ରାହୁଲଙ୍କ ପ୍ରିୱେଡିଂ ପାର୍ଟିର ଆୟୋଜନ କରାଯାଇଥିଲା । ସଂଗୀତ, ମେହେନ୍ଦୀ ଶେଷ କରି ରବିବାର ପୂରା ପରିବାର ସହ ଖଣ୍ଡାଲାରେ ପହଁଚିଥିଲେ ଆଥେୟା ଓ ରାହୁଲ । ସେମାନଙ୍କ ବିବାହରେ ୧୦୦ ଜଣ ବଛା ବଛା ଅତିିଥୀ ସାମିଲ ହୋଇଥିଲେ ।

ବଲିଉଡର ଅନେକ ଜଣାଶୁଣା କଳାକାର ଓ ଅନେକ କ୍ରିକେଟ ତାରକା ବିବାହରେ ପହଁଚି ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସହର‌ର କୋଳାହଳଠାରୁ ବହୁ ଦୂରରେ ଆଥିଆଙ୍କର ବିବାହ ହୋଇଥିଲା। ବିବାହରେ ବଲିଉଡ ସୁପରଷ୍ଟାର ଅନୁପମ ଖେର୍, ଟାଇଗର ଶ୍ରଫଙ୍କ ଭଉଣୀ କ୍ରିଷ୍ଣା ଶ୍ରପ୍, ‌ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲା କପୁର ପହଞ୍ଚିଥିବା ଦେଖାଯାଇଥିଲା। ଏହା ସହ କ୍ରିକେଟର ଇଶାନ୍ତ ଶର୍ମା ମଧ୍ୟ ଆଥିଆ-ରାହୁଲଙ୍କ ବିବାହରେ ଯୋଗ ଦେଇଥିବା ଦେଖାଯାଇଥିଲା।

ତେବେ ଏହି ରୟାଲ ୱେଡିଙ୍ଗ ସେରିମନି ଅନ୍ୟ ସେଲିବ୍ରେଟିଙ୍କ ବିବାହ ଭଳି ନୋ ଫୋନ୍ ପଲିସି ରହିଛି । ବିବାହ ଉତ୍ସବରେ ସାମିଲ ଥିବା ଅତିଥିଙ୍କୁ ଭିଡିଓ ସୋସିଆଲ ମିଡିଆରେ କୌଣସି ଭିଡିଓ କିମ୍ବା ଫଟୋ ଶେୟାର କରିବାକୁ ଅନୁମତି ଦିଆଯାଇନାହିଁ ।

ଝିଅ ବିବାହ ପରେ ସୁନିଲ ସେଟ୍ଟୀ ମୁମ୍ବାଇରେ ଏକ ବଡ ରିସେପନ୍ସ ପାର୍ଟି ଦେବାକୁ ଯାଉଛନ୍ତି । ଯେଉଁଥିରେ ୩ହଜାର ଅଧିକ ଅତିଥୀ ସାମିଲ ହେବା ନେଇ ଜଣାପଡିଛି । ସେଲିବ୍ରେଟିଙ୍କ ଠୁ ଆରମ୍ଭ କରି କ୍ରିଡାଜଗତର ନାମି ତାରକା ଓ ଶିଳ୍ପ ଜଗତର ପ୍ରତିଷ୍ଠିତ ବ୍ୟକ୍ତି ସାମିଲ ହେବେ ।

Leave A Reply

Your email address will not be published.