ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଲିମ୍ପିକ୍ସରୁ ଫେରିବା ପରେ ୱେବ ପୋର୍ଟାଲର ସାମ୍ବାଦିକଙ୍କୁ ଟାର୍ଗେଟ କଲେ ଧାବିକା ଦୂତୀ ଚାନ୍ଦ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରୁ ଫେରିବା ପରେ ସାମ୍ବାଦିକ ସମ୍ମିଳନୀ ଡ଼ାକିଥିଲେ ଧାବିକା ଦୂତୀ ଚାନ୍ଦ । ଅଲିମ୍ପିକ୍ସରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ କିଛି ଗଣମାଧ୍ୟମରେ ତାଙ୍କ ପରିବାରକୁ ନେଇ ଖବର ପ୍ରସାରଣ ହୋଇଥିଲା । ଦୂତୀ ଏହାକୁ ବିରୋଧ କରିବା ସହ ଖେଳରେ ହାର ଜିତ ରହିଛି । ଜଣେ ଖେଳାଳିକୁ ଏପରି ହତୋତ୍ସାହିତ ନକରି ତାଙ୍କୁ ପ୍ରୋତ୍ସାହିତ କରିବାକୁ ସେ କହିଛନ୍ତି ।

ଏକ ୱେବ ପୋର୍ଟାଲର ସାମ୍ବାଦିକ ଏବଂ ସୂଚନା ଅଧିକାର କର୍ମୀଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଦୂତୀ । ତାଙ୍କ ବିରୋଧରେ ଆଇନଗତ ଆଶ୍ରୟ ନେବେ ବୋଲି ଦୂତୀ ଚାନ୍ଦ କହିଛନ୍ତି । ଅଲମ୍ପିକ ପରି ଏକ ମେଗା ଇଭେଣ୍ଟ ଚାଲୁଥିବା ସମୟରେ ଜଣେ କ୍ରୀଡ଼ାବିତଙ୍କୁ ବାରମ୍ବାର ମାନସିକ ଚାପ ପକାଇବା ଘଟଣାକୁ ଦୂତିଙ୍କ କୋଚ୍‌ ବିରୋଧ କରିଛନ୍ତି ।

ଅନ୍ୟ ରାଜ୍ୟରୁ ତାଙ୍କୁ ଖେଳିବା ପାଇଁ ଅଫର ମିଳିବା ସତ୍ୱେ ଦୂତୀ ଓଡିଶା ପାଇଁ ଖେଳୁଛନ୍ତି । ତେଣୁ ତାଙ୍କୁ ପ୍ରୋତ୍ସାହିତ କରିବା ଆବଶ୍ୟକ ବୋଲି ଦୂତିଙ୍କ କୋଚ କହିଛନ୍ତି । ଅନ୍ୟ ପକ୍ଷରେ ମିଥ୍ୟା ଏବଂ ବିଭ୍ରାନ୍ତିଙ୍କର ଖବର ପ୍ରସାରଣ କରି ଦୁତିକୁ ବଦନାମ କରିଥିବା ଲୋକଙ୍କ ବିରୋଧରେ 5 କୋଟିର ମାନ ହାନୀ ମକଦମା ଦାୟର କରାଯାଇଛି । ଏହା ସହ ଯାହାବି ଆଇନଗତ ଆଶ୍ରୟ ଆବଶ୍ୟକ ପଡିବ ତାହା ମଧ୍ୟ ନିଆଯିବ ବୋଲି ଦୂତିକ ଲିଗାଲ ଆଡ଼ଭାଇଜର କହିଛନ୍ତି ।

Leave A Reply

Your email address will not be published.