ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲକ୍ଷ୍ନୌ: ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୨ ମୃତ

ଳକ୍ଷ୍ନୌ: ଲକ୍ଷ୍ନୌ ହଜରତଗଞ୍ଜର ଆଜି ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏକ ୪ମହଲା ବିଶିଷ୍ଟ ହୋଟେଲ ଲେବାନାରେ ସକାଳ ପ୍ରାୟ ୮ଟା ବେଳକୁ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡ ଯୋଗୁ ବହୁ ଲୋକ ବାହାରକୁ ଚାଲିଆସିଥିବା ବେଳେ ହୋଟେଲ ରୁମରେ ଆହୁରି ଲୋକ ଫସି ରହିଥିବା ସୂଚନା ମିଳିଛି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ଯ ଚାଲିଛି । ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଉଦ୍ଧାର କରାଯାଇଛି । ପ୍ରାୟ ୧୫ ଜଣ ଫସି ରହିଥିବା ସୂଚନା । ୧୫ଟି ଅଗ୍ନିଶମ ବାହିନୀ ଟିମ୍ ଉଦ୍ଧାର କାର୍ଯ୍ଯରେ ନିୟୋଜିତ ହୋଇଛନ୍ତି । ସେହିପରି ଆମ୍ବୁଲାନ୍ସ ମଧ୍ୟ ନିୟୋଜିତ ଅଛି । ଝରକା ଭାଙ୍ଗି ଲୋକଙ୍କୁ ହୋଟେଲ ରୁମରୁ ଉଦ୍ଧାର କରାଯାଉଛି । କିଛି ଲୋକ ନିଆଁ ଓ ଧୂଆଁ ଯୋଗୁ ସଂଜ୍ଞାହୀନ ହୋଇଡ଼ିଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଛି । ନିଆଁ ଆୟତ୍ତ କରାଯାଇଛି।

Leave A Reply

Your email address will not be published.