ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚଳିତ ବର୍ଷ ସ୍ପେସାଲିଷ୍ଟ୍ ବିଭାଗମାନଙ୍କରେ ସହକାରୀ ପ୍ରଫେସର ନିଯୁକ୍ତ, ଅଧିକ ୨୭୪ ସ୍ପେସାଲିଷ୍ଟ୍ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ଚଳିତ ବର୍ଷ ୨୩ ଟି ସ୍ପେସାଲିଷ୍ଟ୍ ବିଭାଗରେ ୨୪୯ ଜଣ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦେଇଛନ୍ତି । ଏମାନଙ୍କୁ ବିଭିନ୍ନ ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ନିୟୋଜନ କରାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷ ଅଧିକ ୨୭୪ ସହକାରୀ ପ୍ରଫେସର ପଦବୀ ପୂରଣ ନିମନ୍ତେ ପଦକ୍ଷେପ ନିଆଯାଉଛି । ଇତି ମଧ୍ୟରେ ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ବିଭାଗ ପକ୍ଷରୁ ଓଡ଼ିଆ ଲୋକସେବା ଆୟୋଗଙ୍କୁ ଅନୁରୋଧ କରାଯାଇଛି ।
ଏହି ୨୭୪ ଜଣ ସ୍ପେସାଲିଷ୍ଟ୍ ମୁଖ୍ୟତଃ ନିଶ୍ଚେତକ, ଆନାଟୋମି, ବାଇଓ-କେମେଷ୍ଟ୍ରି, ଇ.ଏନ୍.ଟି., ଏଫ୍.ଏମ୍.ଆଣ୍ଡ ଟି., ମେଡିସିନ୍, ମାଇକ୍ରୋ-ବାଇଓଲୋଜି, ସ୍ତ୍ରୀ ଓ ପ୍ରସୁତି, ଚକ୍ଷୁ, ଅସ୍ଥି ଶଲ୍ୟ ସର୍ଜରୀ, ଶିଶୁ ଚିକିତ୍ସା, ପାଥୋଲୋଜି, ଫାର୍ମାକୋଲୋଜି, ଫିଜିଓଲୋଜି, ମାନସିକ ବିକାରଗ୍ରସ୍ତ, ରେଡିଓ-ଡାଇଗ୍ନୋସିସ୍, କମ୍ୟୁନିଟି ମେଡିସିନ୍, ଚର୍ମ ଓ ଭି.ଡି., ସର୍ଜରୀ, ଯକ୍ଷ୍ମା, ଜରୁରୀକାଳୀନ ମେଡିସିନ୍, ଫିଜିକାଲ ମେଡିସିନ୍ ଏବଂ ପୁନଃସ୍ଥାପନ ଆଦି ବିଭାଗରେ ନିୟୋଜିତ ହେବେ

Leave A Reply

Your email address will not be published.