ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆୟ ବହିଭୂର୍ତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଭୁବନେଶ୍ବର: ଆୟ ବହିଭୂର୍ତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫଶିଛନ୍ତି ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲ। ସାଧାରଣ ଜନସ୍ୱାସ୍ଥ୍ୟ ଡିଭିଜନ-୧ର ସହକାରୀ ଯନ୍ତ୍ରୀଙ୍କ ଘରେ ସୋମବାର ସକାଳୁ ଚଢ଼ାଉ କରାଯାଉଛି। ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ ଏକକାଳୀନ ୬ଟି ସ୍ଥାନରେ କରାଯାଉଛି। କଟକ ସିଡିଏ ସେକ୍ଟର-୭ରେ ଥିବା ୩ମହଲା ଘର, ସାଲେପୁର ଚମ୍ପତିପାଟଣାରେ ଥିବା ଘର, ଜଟଣୀ କଣ୍ଟିଲୋରେ ଥିବା ସୃଷ୍ଟି ପ୍ଲାଜାରେ ରେଡ୍ କରାଯାଇଛି । ସେହିପରି ଜଗତସିଂହପୁର କୁଜଙ୍ଗରେ ଥିବା ସମ୍ପର୍କୀୟଙ୍କ ଘର, ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ଚଢାଉ ହୋଇଛି । ଭିଜିଲାନ୍ସର ୩ଜଣ ଡିଏସପିଙ୍କ ନେତୃତ୍ୱରେ ଚଢାଉ ଜାରି ରହିଛି । ଏଥିରେ ୧୧ ଜଣ ଇନ୍ସପେକ୍ଟର , ୨ ଜଣ ସବ-ଇନ୍ସପେକ୍ଟର ସାମିଲ ଅଛନ୍ତି ।

Leave A Reply

Your email address will not be published.