ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନସ ଜାଲରେ ଆଉ ଜଣେ ଯନ୍ତ୍ରୀ । କେନ୍ଦୁଝର ବୈତରଣୀ କେନାଲ ଡିଭିଜନ ସହକାରୀ ଯନ୍ତ୍ରୀ ଉମେଶ କୁମାର ଶାସନୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଉମେଶ କୁମାର ଶାସନୀଙ୍କ ଘର ସମେତ ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ଭିଜିଲାନ୍ସର ୯ ଜଣିଆ ଟିମ୍ ଶାଳପଡା ସରକାରୀ ବାସଭବନରେ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ। କେନ୍ଦୁଝର, ଭଦ୍ରକ, ବାଲେଶ୍ବର ଜିଲ୍ଲାରେ ଟିମ୍‌ ଚଢ଼ାଉ ଜାରି ରଖିଛି । କେନ୍ଦୁଝର ଶାଳପଡ଼ାସ୍ଥିତ କାର୍ଯ୍ୟାଳୟ ଓ ଘରେ ମଧ୍ୟ ଚଢାଉ ଜାରି ରହିଛି । ଉମେଶ ବୈତରଣୀ ଡିଭିଜନର ସହକାରୀ ଯନ୍ତ୍ରୀ ଭାବେ ବନ୍ୟା ନିୟନ୍ତ୍ରଣ ବିଭାଗ ଦାୟିତ୍ବରେ ଥିଲେ ।

assistant-engineer-in-vigilance-net

 

Leave A Reply

Your email address will not be published.