ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ ନିମାପଡା ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ, ଏକକାଳୀନ ୭ଟି ଜାଗାରେ ଚାଲିଛି ରେଡ୍‌

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡ଼ା ସବ୍ ଡିଭିଜନର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଭିଜିଲାନ୍ସର ୫ଟି ଟିମ୍ ଏକକାଳୀନ ୭ଟି ଜାଗାରେ ଚଢାଉ କରୁଛି । ସକାଳୁ ସକାଳୁ ଦୁଷ୍ମନ୍ତଙ୍କ ଢ଼େଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ପୈତୃକ ଘର ,ଟାଉନ ପ୍ଲାନିଂ ସ୍ଥିତ ଘର,ଦକ୍ଷିଣକାଳୀ ସ୍ଥିତ ଶ୍ୱଶୁର ଘର ଓ ମଙ୍ଗଳପୁର ସ୍ଥିତ ଫାର୍ମ ହାଉସରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛନ୍ତି। ଏହା ସହିତ ନିମାପଡ଼ା ଓ ଭୁବନେଶ୍ୱରରେ ମଧ୍ୟ ଚଢ଼ାଉ ଚାଲିଥିବା ସୂଚନା ମିଳିଛି।

ଏହି ରେଡ୍‌ରେ ନଗଦ ଲକ୍ଷାଧିକ ଟଙ୍କା, ସୁନାଗହଣା, ବିଭିନ୍ନ ବ୍ୟାଙ୍କର ପାସ୍ ବୁକ, ବୀମା ବଣ୍ଡ, ନାମୀ ଦାମୀ ଗାଡି ଓ ସୌଖିନ ସାମଗ୍ରୀ ଆଦି ଭିଜିଲାନ୍ସ ହାତରେ ଲାଗିଛି । ତେବେ ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ଏହି ଚଢ଼ାଉରେ ୫ଜଣ ଡିଏସ୍‌ପି ଓ ୧୨ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି।

Leave A Reply

Your email address will not be published.