ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରିଲାନି ବିଧାନସଭା, ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ବର :  ଚାଲିପାରୁନି ବିଧାନସଭା। ଚତୁର୍ଥ ଦିନରେ ପୁଣି ବିଧାନସଭା ଅଚଳ। ବିରୋଧୀଙ୍କ ହଟଗୋଳ ଯୋଗୁଁ ବିଧାନସଭାକୁ ପୁଣି ସୋମବାର ପର୍ଯ୍ୟନ୍ତ ମୁଲବତୀ ଘୋଷଣା କରିଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର । ଆଜି ଚତୁର୍ଥ ଦିନରେ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲି ପାରିନଥିଲା ବିଧାନସଭା । ଯାହା ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ନରେ ପୁଣିଥରେ ଗୃହ କାର୍ଯ୍ୟ ଚାଲୁ ହୋଇ ମାତ୍ର ୩ ମିନିଟ୍‌ ଚାଲିଥିବା ବେଳେ ବିରୋଧୀ ପୁଣିଥରେ ଗୃହମଧ୍ୟରେ ହଙ୍ଗାମା କରିଥିଲେ । ଯାହା ଫଳରେ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ସୋମବାର ଯାଏଁ ମୁଲତବୀ ଘୋଷଣା କରିଛନ୍ତି।

ରାଜ୍ୟର ବିଧାନସଭାରେ ବହୁ ପ୍ରସଙ୍ଗ ଆଲୋଚନା ହେବାକୁ ଥିବା ବେଳେ ବିରୋଧୀ ବିଚାରାଧୀନ ଗୋଟିଏ ମାମଲାକୁ ନେଇ ଗୃହ ଚଳେଇ ଦେଉନାହାନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ମଧ୍ୟ ମମିତା ହତ୍ୟା ପ୍ରସଙ୍ଗରେ ବିଧାନସଭାରେ ବିବୃତି ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ  ଯେ, ଏହା ଏକ ସମ୍ବେଦନଶୀଳ ଘଟଣା । ଏହାକୁ ନେଇ ଅଯଥା ରାଜନୀତିକରଣ କରାଯାଉଛି । ଏଥିରେ ସେ ଦୁଃଖିତ । ସେ ପୁଲିସକୁ ବିନା ଭୟ ଓ ଦ୍ୱନ୍ଦ୍ୱରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯିଏ ଦୋଷୀ, ସିଏ ଦଣ୍ଡ ପାଇବ । ଏଥିରେ କୌଣସି ସନ୍ଦେହ ରହିବା ଉଚିତ ନୁହେଁ । ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଏହି ମାମଲା ତଦନ୍ତ ପ୍ରକ୍ରିୟାର ତଦାରଖ କରୁଛନ୍ତି। ହାଇକୋର୍ଟଙ୍କୁ ଏ ନେଇ ରାଜ୍ୟ ସରକାର ଅନୁରୋଧ କରିଥିଲେ । ହାଇକୋର୍ଟଙ୍କ ତତ୍ତବଧାନରେ ଘଟଣାର ତଦନ୍ତ ଚାଲିଛି । ଦାୟିତ୍ୱରେ ଯିଏ ବି ଅବହେଳା କରିଥିବ, ତାଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୁଲିସକୁ ତା କାମ କରିବାକୁ ଦିଆଯାଉ। କିନ୍ତୁ ଏପରି ଏକ ସମ୍ବେଦନଶୀଳ ଘଟଣାକୁ ଯେପରି ରାଜନୀତିକରଣ କରାଯାଉଛି, ତାହା ଆଦୌ ଗ୍ରହଣୀୟ ନୁହେଁବୋଲି ମୁଖ୍ୟମନ୍ତ୍ରୀ ବିବୃତିରେ କହିଥିଲେ। କିନ୍ତୁ ଏସବୁ ପରେ ମଧ୍ୟ ରାଜ୍ୟବାସୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ଗୃହରେ ଆଲୋଚନା ନକରି ବିରୋଧୀ ଅଯଥା ରାଜନୀତି କରିବାରେ ଲାଗିଛନ୍ତି।

ରାଜ୍ୟର ଦୁଇ ବିରୋଧୀ ଦଳ ବିଜେପି ଏବଂ କ୍ରଂଗେସ ମଧ୍ୟରେ ଏବେ ମାଇଲେଜ ଲଢେଇ ଚାଲିଛି। କିଏ ଅଧିକ ମାଇଲେଜ୍ ନେବ ? କିଏ ମିଡିଆରେ ଅଧିକ ଫୁଟେଜ୍ ପାଇବ ? ଲାଗୁଛି ଏବେ ଓଡ଼ିଶା ରାଜନୀତିରେ ଏହା ହିଁ ଏକମାତ୍ର ଲକ୍ଷ୍ୟ ହୋଇଯାଇଛି । ଗତକାଲି ବିଜେପି ବିଧାନସଭା ଭିତରେ ଓ ବାହାରେ ମାଇଲେଜ୍‌ ଦେଖାଉଥିବା ବେଳେ ଆଜି କଂଗ୍ରେସ ମଧ୍ୟ ବିଜେପିର ’ବି’ ଟିମ୍‌ ଭାବେ ତାର ପଦାଙ୍କ ଅନୁସରଣ କରିଛି। ବିଧାନସଭା ତେଣିକି ଚୁଲିକି ଯାଉ,ଲୋକଙ୍କ ସ୍ୱାର୍ଥ ସହ ଜଡିତ ପ୍ରସଙ୍ଗ ଆଲୋଚନା ଭିତରକୁ ନଆସୁ କିନ୍ତୁ ରାଜନୀତି ଜାରି ରହିବ । ରାଜନୈତିକ ରୁଟି ସେକିବା ପାଇଁ ଫ୍ରଣ୍ଟ୍ ଓ ବ୍ୟାକରେ ଡ୍ରାମା କରିବାକୁ ଦୁଇ ବିରୋଧୀ ଦଳ ପ୍ରସ୍ତୁତ ଅଛନ୍ତି ।ବିଧାନସଭା ଅଧିବେଶନରେ କରଦାତାଙ୍କ ଅର୍ଥ ଖର୍ଚ୍ଚ ହୋଇଥାଏ । କିନ୍ତୁ ବିଜେପି କି କଂଗ୍ରେସର ସେଥିପାଇଁ ଚିନ୍ତା ନାହିଁ । ବିଜେପି ନିଜ ରାଜନୈତିକ ରୁଟି ସେକିବା ପାଇଁ ବିଧାନସଭାକୁ ବନ୍ଧ ରଖୁଥିବା ବେଳେ କଂଗ୍ରେସ ରାଜ୍ୟରେ ବୁଡି ଯାଉଥିବା ତାର ଡଙ୍ଗାକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରୁଛି।  ବିଜେପିର ଡ୍ରାମାବାଜୀ ଦେଖି କଂଗ୍ରେସ ଭିତରେ ମଧ୍ୟ ଗୋଟିଏ ସେହିଭଳି ନାଟକବାଜିର ଇଛା ଜାଗ୍ରତ ହୋଇଥିଲା । ଯାହା ଶନିବାର ଦିନ କଂଗ୍ରେସର ବିଧାନସଭା  ଡ୍ରାମାରୁ ଜଣା ପଡୁଛି ।

ଗୋଟିଏ ସମୟରେ ରାଜ୍ୟ ରାଜନୀତିରେ କଂଗ୍ରେସ ଦଳର ଆଧିପତ୍ୟ ଥିଲା । କ୍ଷମତାରୁ ଯିବା ପରେ ମଧ୍ୟ ରଜ୍ୟର ମୁଖ୍ୟ ବିରୋଧୀ ଦଳ ଥିଲା କଂଗ୍ରେସ । କିନ୍ତୁ ଏବେ କଂଗ୍ରେସର ସ୍ଥାନ ନେଇଛି ବିଜେପି । ରାଜ୍ୟ ରାଜନୀତିରେ ନିଜକୁ ପୁଣି ଥରେ ସେଣ୍ଟର ଷ୍ଟେଜକୁ ଆଣିବା ପାଇଁ କଂଗ୍ରେସ ଉଦ୍ୟମ କରୁଛି ବୋଲି କହୁଛି । କିନ୍ତୁ ଉଦ୍ୟମ ପଛରେ ଗମ୍ଭୀରତା ଥିବା ଭଳି ଲାଗୁନି । କାରଣ ରାଜ୍ୟରେ କଂଗ୍ରେସ ଏବେ ବିଜେପି ପଛ ସିଟରେ ବସିଥିବା ଭଳି ଲାଗିଛି । ବିଜେପି ଯାହା ସବୁ କରୁଛି କଂଗ୍ରେସ ତାକୁ ଅନୁସରଣ କରୁଛି । ଲାଗୁଛି କ୍ଷମତା ବନବାସରେ ଥାଇ କଂଗ୍ରେସ କେମିତି ବିରୋଧ କରାଯାଏ ତାହା ମଧ୍ୟ ଭୁଲି ଗଲାଣି । ନିଜ ବୁଦ୍ଧି ବଦଳରେ ପର ବୁଦ୍ଧିର ପ୍ରୟୋଗ କଂଗ୍ରେସକୁ ଆଗକୁ ଚାଲି କେଉଁଭଳି ରାଜନୈତିକ ଲାଭ ପ୍ରଦାନ କରିବ ତାହା ଏକ ବଡ଼ ପ୍ରଶ୍ନ । କଂଗ୍ରେସର ଏଭଳି ଆଭିମୁଖ୍ୟକୁ ବିଜେଡ଼ି ତୀବ୍ର ନିନ୍ଦା କରିଛି । ସଂସଦୀୟ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି କଂଗ୍ରେସ ବିଜେପି ଇଶାରାରେ ନାଚୁଛି । ଗୃହ ଚଳାଇ ଦେଉ ନାହିଁ, ଏହା ଗଣତାନ୍ତ୍ରିକ ପରମ୍ପରା ନୁହେଁ । ସାମ୍ବାଦିକ ପ୍ରସନ୍ନ ମହାନ୍ତି ମଧ୍ୟ କଂଗ୍ରେସ ବିଜେପି ଭଳି କେବଳ ମାଇଲେ ନେବାକୁ ଏଭଳି ବିଶୃଙ୍ଖଳା ପ୍ରଦର୍ଶନ କରିବା ଠିକ ନୁହେଁ ବୋଲି କହିଛନ୍ତି । ବିଧାନସଭାରେ ରାଜ୍ୟର ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗ ଆଲୋଚନା ହେବା ଜରୁରୀ ବୋଲି ସେ ମତ ରଖିଛନ୍ତି ।

Leave A Reply

Your email address will not be published.