ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୃହ କାର୍ଯ୍ୟ ଆରମ୍ଭରୁ କଂଗ୍ରେସ ସଦସ୍ୟ ହୋ ହଲ୍ଲା

ଭୁବନେଶ୍ୱର :  ଗୃହ କାର୍ଯ୍ୟ ଆରମ୍ଭରୁ କଂଗ୍ରେସ ସଦସ୍ୟ ହୋ ହଲ୍ଲା କରିଛନ୍ତି । ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଗୃହର ମଧ୍ୟଭାଗରେ କଂଗ୍ରେସ ନାରାବାଜି କରିଛି । ପ୍ରଶ୍ନକାଳ ବାତିଲ୍ କରି ରାଜ୍ୟର ମରୁଡ଼ି ସ୍ଥିତି ନେଇ ଆଲୋଚନା କରିବାକୁ ପୋଡିୟମ୍ ଉପରେ ଚଢ଼ି ଦାବି କରିଛନ୍ତି କଂଗ୍ରେସ ସଦସ୍ୟ । ବିଧାୟକ ଦଳ ନେତା ନରସିଂହ ମିଶ୍ର ଲିଖିତ ଭାବେ ଏ ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମୂଲତବୀ ପ୍ରସ୍ତାବରେ ସମାନ ପ୍ରସଙ୍ଗ ଆସିଥିବାରୁ ଏହାକୁ ଆଗ୍ରହ୍ୟ କରିଥିଲେ ବାଚସ୍ପତି । ଗୃହରେ କଂଗ୍ରେସର ହଟ୍ଟଗୋଳ ପରେ ବାଚସ୍ପତି ବିଧାନସଭାକୁ ୧୨ଟା ୩୪ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଯୋଡ଼ି ହୋଇଥିବା ବେଳେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏମ୍ସ ଅତିଥି ଭବନରୁ ଯୋଡ଼ି ହୋଇଛନ୍ତି । ଏବଂ ଅନ୍ୟ ମାନେ ଚାହିଁଲେ ବି ଭିସି ଜରିଆରେ ଯୋଡି ହୋଇପାରିବ ବୋଲି କହିଛନ୍ତି ବାଚସ୍ପତି । ଗୃହ କାର୍ଯ୍ୟ ଆରମ୍ଭରୁ ଦିବଙ୍ଗତ ନେତା ଓ କୋଭିଡ୍ ଯୋଦ୍ଧା ମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏମ୍ସ ଅତିଥି ଭବନରୁ ଭିସିରେ ଦିବଙ୍ଗତଙ୍କ ସ୍ମୃତି ଚାରଣ କରିଥିଲେ । ପରେ ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଶୋକ ବ୍ୟକ୍ତ କରିଥିଲେ । ବିଧାନସଭା ଅଧିବେଶନ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସ୍ୱଳ୍ପ କାଳୀନ ଅଧିବେଶନରେ ୮ଟି କାର୍ଯ୍ୟ ଦିବସ ରହିଥିବା ବେଳେ ୧୨ଟି ବିଲ୍‌ ଆସିବ ।

 

Leave A Reply

Your email address will not be published.