ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଶ୍ଚିମବଙ୍ଗରେ ତୃତୀୟ ଓ ଆସାମରେ ଅନ୍ତିମ ପର୍ଯ୍ଯାୟ ପାଇଁ ଚାଲିଛି ମତଦାନ

ନୂଆଦିଲ୍ଲୀ: ଆଜି ଆସାମରେ ତୃତୀୟ ତଥା ଅନ୍ତିମ ପର୍ଯ୍ଯାୟ ମତଦାନ ଚାଲିଛି । ପଶ୍ଚିମବଙ୍ଗରେ ତୃତୀୟ ପର୍ୟ୍ୟାୟରେ ଆରମ୍ଭ ହୋଇଛି ଭୋଟିଂ । ଆଜି ଆସାମର ୧୨ ଜିଲ୍ଲାର ୪୦ ବିଧାନସଭା ଆସନରେ ନିର୍ବାଚନ ହେଉଛି । ଏହି ପର୍ଯ୍ଯାୟରେ ୩୩୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୭୯ ଲକ୍ଷ ଭୋଟର । ଏହି ପର୍ଯ୍ଯାୟରେ ୨୦ ଜଣ ବିଧାୟକ ଭାଗ୍ୟ ଇଭିଏମରେ ସିଲ୍ ହେବ।

ସେହିପରି ପଶ୍ଚିମବଙ୍ଗରେ ଏପ୍ରିଲ ୨୯ରେ ଶେଷ ହେବାକୁ ଥିବା ଅଷ୍ଟମ ପର୍ଯ୍ୟାୟ ମତଦାନର ଏହା ତୃତୀୟ ପର୍ଯ୍ୟାୟ ହେବ। ତେବେ ମେ’ ୨ ତାରିଖରେ ସମସ୍ତ ରାଜ୍ୟର ଭୋଟଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

ଅଧିକ ପଢନ୍ତୁ

ଏହି ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ଦକ୍ଷିଣ ୨୪ ପ୍ରଗଣାର ୧୬ଟି, ହାୱଡାର ୭ଟି ଏବଂ ହୁଗଳୀର ୮ଟି ବିଧାନସଭା କ୍ଷେତ୍ରରେ ମତଦାନ ହେବ। ଆଜି ବିଜେପି ଟିଏମସିର ଗଡ ଧ୍ବଂସ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ବାମଦଳ-ଆଇଏସଏଫ-କଂଗ୍ରେସ ମେଣ୍ଟ ନିଜ ଅସ୍ତିତ୍ବ ରଖିବାକୁ ସଂଘର୍ଷ କରିବ। ଏହି ପର୍ଯ୍ୟାୟରେ ୭୮.୫ ଲକ୍ଷରୁ ଅଧିକ ଭୋଟର ୨୦୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏହି ନେତାଙ୍କ ମଧ୍ୟରେ ବିଜେପିର ସ୍ବପନ ଦାସଗୁପ୍ତା, ଟିଏମସିର ମନ୍ତ୍ରୀ ଅସୀମା ପାତ୍ର ଏବଂ ସିପିଏମ ନେତା କାନ୍ତି ଗାଙ୍ଗୁଲି ପ୍ରମୁଖ ସାମିଲ ଅଛନ୍ତି। ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ୧୦୮୭୧ ମତଦାନ କେନ୍ଦ୍ରରେ ସିଏପିଏଫର ୬୧୮ କମ୍ପାନୀଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ନିର୍ବାଚନ କମିଶନ ସମସ୍ତ ମତଦାନ କେନ୍ଦ୍ରକୁ ସମ୍ବେଦନଶୀଳ ଘୋଷଣା କରାଯାଇଛି।

ଏଥିସହିତ ପଢ଼ନ୍ତୁ

ସେହିପରି ତାମିଲନାଡୁରେ ମୁଖ୍ୟତଃ ଦୁଇଟି ଦଳ କ୍ଷମତାଧିନ ଏଆଇଏଡିଏମକେ ଏବଂ ବିରୋଧୀ ଡିଏମକେ ମଧ୍ୟରେ ମୁକାବିଲା ହେବ ବୋଲି କୁହାଯାଉଛି। ନିର୍ବାଚନ ପ୍ରଚାରରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଆଜି ଏକକ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତ ହେଉଥିବା ତାମିଲନାଡୁରେ ଏବେ ସମସ୍ତଙ୍କ ନଜର ଭୋଟରଙ୍କ ଉପରେ ରହିଛି। ଏମକେ ଷ୍ଟାଲିନଙ୍କ ନେତୃତ୍ବାଧିନ ଦଳ ଏଠାରେ ୨୦୧୧ରୁ କ୍ଷମତାରୁ ବାହାରେ ରହିଛି। ସେହିପରି ଏଆଇଏଡିଏମକେକୁ ବିଜେପି ଏବଂ ପିଏମକେ ସମର୍ଥନ ଦେଇଛି। ଏଠାରେ ଉଭୟ ଦଳ ଯଥାକ୍ରମେ ୨୦ ଏବଂ ୨୩ ଆସନରେ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେହିପରି ଡିଏମକେ ସହଯୋଗୀ ଦଳ କଂଗ୍ରେସ ୨୫ଟି ଏବଂ ସିପିଆଇ,ସିପିଏମ, ଭିସିକେ ଓ ଏମଡିଏମକେ ୬ଟି ଆସନରେ ନିର୍ବାଚନ ଲଢୁଛନ୍ତି। ଏଠାରେ ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନଙ୍କ ଦଳ ଏମଏନଏମ ଟିଟିଭି ଦିନାକରନଙ୍କ ଦଳ ଏଏମଏମକେ ଏବଂ ଅସଦୁଦିନ ଓୱେସିଙ୍କ ପାର୍ଟି ଏଆଇଏମଆଇଏମ ସହ ମେଣ୍ଟ କରି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏହି ନିର୍ବାଚନରେ ୩୯୯୮ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରିବେ।

ଅନ୍ୟପକ୍ଷରେ କେରଳର ୧୪୦ଟି ବିଧାନସଭା ଆସନରେ ଆଜି ମତଦାନ ଆରମ୍ଭ ହୋଇଯାଇଛି। ଏଥିରେ ଶାସକ ଏଲଡିଏଫ ଏବଂ ବିରୋଧୀ ୟୁଡିଏଫ ମଧ୍ୟରେ ହାଇପ୍ରୋଫାଇଲ ମୁକାବିଲା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ଏଠାରେ ୧୯୮୦ ମସିହାରୁ ଉକ୍ତ ଦୁଇ ଦଳ ମଧ୍ୟରେ କ୍ଷମତା ପରିବର୍ତ୍ତନ ହେଉଛି। ଯଦି କ୍ଷମତାସୀନ ଦଳ ପୁଣିଥରେ କ୍ଷମତାକୁ ଆସେ ତେବେ ତାହା ଇତିହାସ ହୋଇଯିବ। କାରଣ ଦେଶରେ କେବଳ କେରଳରେ ବାମଦଳର ଶାସନ ରହିଛି। ଏହି ନିର୍ବାଚନରେ ବିଜେପି ମଧ୍ୟ କ୍ଷମତାକୁ ଫେରିବ ବୋଲି ଆଶା ରଖିଛି। ଦଳ ମେଟ୍ରୋମ୍ୟାନ ଶ୍ରୀଧରନଙ୍କୁ ପ୍ରମୁଖ ଚେହେରା ଭାବେ ମଇଦାନକୁ ଓହ୍ଲାଇଛି। ରାଜ୍ୟର ୨.୭୪ କୋଟି ଭୋଟର ୯୫୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ। ସେହିପରି ଆସାମରେ ୩ୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୧୨ ଜିଲ୍ଲାର ୪୦ ବିଧାନସଭା କ୍ଷେତ୍ରରେ ୩୩୭ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ଏଠାରେ ମୁଖ୍ୟତଃ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଲଢେଇ ହେବ। ବିଜେପି ନେତୃତ୍ବରେ ଏଜିପି ଏବଂ ୟୁପିପିଏଲ ନିର୍ବାଚନ ଲଢୁଛନ୍ତି। ସେହିପରି ଏଆଇୟୁଡିଏଫ, ସିପିଆଇ, ସିପିଏମ, ସିପିଆଇ(ଏମଏଲ), ଏଜିଏମ ଏବଂ ବିପିଏଫ କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ୩୦ ବିଧାନସଭା ଆସନ ପାଇଁ କଂଗ୍ରେସ ନେତୃତ୍ବାଧିନ ସେକୁଲାର ଡେମୋକ୍ରାଟିକ ଆଲିଆନ୍ସ ଏବଂ ଏଆଇଏନଆରସି ନେତୃତ୍ବାଧିନ ଏନଡିଏ ମଧ୍ୟରେ ମୁକାବିଲା ହେବ। ଏଥିରେ ୧୦୦୪୫୦୭ ଭୋଟର ୩୨୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

Leave A Reply

Your email address will not be published.