ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସାମ: ଟ୍ରକ -ଅଟୋ ମୁହାଁମୁହିଁ ଧକ୍କା, ୧୦ ମୃତ

ଆସାମ : ଆସାମ-ତ୍ରୀପୁରା ନିକଟବର୍ତ୍ତୀ କରମଗଞ୍ଜ ଜିଲ୍ଲା ପଥରଖଣ୍ଡି ଥାନା ଅନ୍ତର୍ଗତ ବୈଠକଖାଲି ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦ୍ରୁତଗାମୀ ଟ୍ରକ ସହ ଏକ ଅଟୋ ଧକ୍କା ହେବାରୁ ୧୦ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀସ ଲୋକମାନେ ଛଟ ପୂଜା ସାରି ଅଟୋରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ବୋଲି ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ମୃତ ବ୍ୟକ୍ତିଙ୍କ ମଧ୍ୟରେ ଅନେକ ମହିଳା ଓ ଛୋଟପିଲା ଅଛନ୍ତି।ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ତାଙ୍କୁ ଡାକ୍ତରଖାନା ନେବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ସୂଚନା ଅନୁସାରେ,  ମୃତବ୍ୟକ୍ତି ମାନଙ୍କ ମଧ୍ୟରେ ୫ ଜଣ ମହିଳା ୩ ଜଣ ପୁରୁଷ ଓ ୨ ଜଣ ପିଲା ଅଛନ୍ତି।

Leave A Reply

Your email address will not be published.