ଏସୀୟ ଉଇଣ୍ଡ୍‍ ସର୍ଫିଙ୍ଗ ଚାମ୍ପିଅନ୍‍ସିପ୍‍: ଗଞ୍ଜାମର ସୁନା ଝିଅ ମାନସ୍ୱିନୀଙ୍କୁ ସ୍ୱର୍ଣ୍ଣ

ଗଞ୍ଜାମ: ଗଞ୍ଜାମର ସୁନାଝିଅ ମନସ୍ୱିନୀ ମହାରଣା ଦୁଃସାହସିକ ସାମୁଦ୍ରିକ କ୍ରୀଡ଼ା ଏସୀୟ ଉଇଣ୍ଡ୍‍ ସର୍ପିପିଙ୍ଗ ଚାମ୍ପିଅନ୍‍ସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ପାଣିବନ୍ଧ ଗ୍ରାମର ଭାସ୍କର ମହାରଣା ଓ ପ୍ରମିଳା ମହାରଣାଙ୍କ ଝିଅ ହେଉଛନ୍ତି ମନସ୍ୱିନୀ। ମୁମ୍ୱାଇର କୋଲାବା ପୋର୍ଟ ବନ୍ଦର ଭାରତୀୟ ନାଭାଲ ୱାଟରମ୍ୟାନ୍‍ସିପ୍‍ ଟ୍ରେନିଂ ସେଣ୍ଟର ଠାରେ ମେ’ ୮ ତାରିଖରୁ ଆରମ୍ଭ ହୋଇଥିବା ଏସୀୟ ଖେଳ ଚୟନ ଚାମ୍ପିଅନ୍‍ସିପ୍‍ର ଦ୍ୱିତୀୟ ରାଉଣ୍ଡରେ ସ୍ୱର୍ଣ୍ଣ ପଦକ ବିଜେତା ହୋଇଛନ୍ତି। ଏହି ସଫଳତା ଦ୍ୱାରା ସେ ଆମ ରାଜ୍ୟ ଓ ଦେଶ ସହ ନିଜ ଜନ୍ମମାଟି ପାଇଁ ଗୌରବ ଆଣିଛନ୍ତି। ଫଳରେ ଭାରତୀୟ ଅର୍‍ଏସ୍‍ଏକ୍ସ ଶ୍ରେଣୀରେ ସେ ଏକ ନମ୍ୱର ସ୍ଥାନ ଅଧିକାର କରିଛନ୍ତି। ଆୟୋଜିତ ଏହି ମଲ୍ଟି କ୍ଲାସ୍‍ ଚାମ୍ପିଅନ୍‍ସିପରେ ୯୮ଜଣ ଖେଳାଳି ଭାଗ ନେଇଥିବା ବେଳେ ସେଥିରେ ୨୮ଜଣ ମହିଳା ଖେଳାଳି ଭାଗ ନେଇଥିଲେ। ଆନ୍ତର୍ଜାତୀୟ ସମୁଦ୍ର ବୁଡ଼ାଳି ସବୀର ବକ୍ସଙ୍କ ତତ୍ୱାବଧାନରେ ୨୦୧୩ ମସିହାରୁ ଏହି ଦୁଃସାହସିକ ସାମୁଦ୍ରିକ କ୍ରୀଡ଼ା ଉଇଣ୍ଡ ସର୍ଫିଙ୍ଗରେ ଗୋଟିଏ ପରେ ଗୋଟିଏ ସଫଳତା ଅର୍ଜନ କରି ଗଞ୍ଜାମ ଅଞ୍ଚଳ ପାଇଁ ଗୌରବ ଆଣିଦେଇଥିବା ଗଞ୍ଜାମର ସୁନାଝିଅ ମାନସ୍ୱିନୀଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି।

Leave a comment