ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏସିଆ କପ ୨୦୨୨: ବିରାଟଙ୍କ ଦମଦାର ଶତକୀୟ ଇଂନିସ, ଆଫଗାନିସ୍ତାକୁ ୨୧୩ ରନର ଟାର୍ଗେଟ ଦେଲା ଭାରତ

ଦୁବାଇ:  ଭାରତ ଓ ଆଫଗାନିସ୍ତାନ ଆଜି ନିଜ ନିଜର ଶେଷ ସୁପର ୪ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବି ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତ ପ୍ରଥମେ ବ୍ଯାଟିଂ କରିଥିଲା। ଭାରତ ପ୍ରଥମେ ବ୍ଯାଟିଂ କରି ୨୧୨ ରନ କରିଛି। ଏହି ମ୍ଯାଚକୁ ଜିତିବାକୁ ଆଫଗାନିସ୍ତାନକୁ ୨୧୩ ରନର ଆବଶ୍ୟକତା ରହିଛି। ଆଜିର ମ୍ଯାଚରେ ଅଧିନାୟକ ରୋହିତ ଶର୍ମା ଖେଳୁ ନାହାନ୍ତି। ତାଙ୍କ ବଦଳରେ କେଏଲ ରାହୁଲ ଅଧିନାୟକ ଭାର ସମ୍ଭାଳିଛନ୍ତି।

ଆଜିର ମ୍ଯାଚରେ ଲୋକେସ ରାହୁଲ ଓ ବିରାଟ କୋହଲି ଓପନିଂ କରିଥିଲେ। ଲୋକେସ ରାହୁଲ ୪୧ ବଲରେ ୬୨ ରନ କରି ଆଉଟ ହୋଇଥିଲେ। ଏହାପରେ ସୂର୍ଯ୍ଯକୁମାର ଯାଦବ ୨ ବଲରେ ୬ ରନ କରି ଆଉଟ ହୋଇଥିଲେ। ପରେ ଅପରାଜିତ ଥିବା ବିରାଟ କୋହଲିଙ୍କ ସାଥ ଦେବା ପେଇଁ ଋଷଭ ପନ୍ତ ଆସିଥିଲେ। ପନ୍ତ ୧୬ ବଲରେ ୨୦ ରନ କରି ଅପରାଜିତ ରହିଥିବା ବେଳେ ବିରାଟ କୋହଲି ଦୀର୍ଘ ଦିନପରେ ଆଜି ଏକ ଶତକୀୟ ପାରି ଖେଳିଥିଲ। କୋହଲି ୬୧ ବଲରେ ୧୨୨ ରନ କରି ଅପରାଜିତ ରହିଥିଲେ। ଯେଉଁଥିରେ ୬ ଟି ଛକା ଓ ୧୨ ଟି ଚୌକା ରହିଛି।

ଆଫଗାନିସ୍ତାନ ପକ୍ଷରୁ ଫରିଦ ଅହମ୍ମଦ ମଲ୍ଲୀକ ୨ଟି ୱିକେଟ ନେଇଥିଲେ।

 

Leave A Reply

Your email address will not be published.