ମଣିଷକୁ ପଶୁ ଇଞ୍ଜେକସନ ଦେବା ଘଟଣା: କାର୍ଯ୍ଯରେ ଅବହେଳା ଯୋଗୁଁ ନିଲମ୍ବିତ ହେଲେ ଏଏସଆଇ

ମୟୁରଭଞ୍ଜ:ମଣିଷକୁ ପଶୁ ଇଞ୍ଜେକସନ ଦେବା ଘଟଣାରେ ଏଏସଆଇ ନିଲମ୍ବିତ ହୋଇଛନ୍ତି। କାର୍ଯ୍ଯରେ ଅବହେଳା ଯୋଗୁଁ ଏସଆଇ ପବିତ୍ର ମୋହନ ରାଉତଙ୍କୁ ନିଲମ୍ବନ କରିଛନ୍ତି ମୟୁରଭଞ୍ଜ ଏସ୍ପି। ନକଲି ଡାକ୍ତର ବିରୋଧରେ ମଧ୍ଯ ମାମଲା ରୁଜୁ କରାଯାଇଛି।
ସୂଚନା ଅନୁଯାୟୀ, ଗତ ଶନିବାର ମହୁଲଡିହା ଗାଁର କିଛି ଲୋକ ବିଶ୍ୱନାଥ ବେହେରା ନାମକ ଜଣେ ନକଲି ଡାକ୍ତରକୁ ପଶୁ ଇଞ୍ଜେକସନ ମଣିଷକୁ ଦେବା କାରଣରୁ ମହୁଲଡିହା ଥାନାରେ ଜିମା ଦେଇଥିଲେ। ହେଲେ ସେତେବେଳେ କାର୍ଯ୍ଯରତ ଥିବା ଏସାଇ ପବିତ୍ର ମୋହନ ରାଉତ କେ ରାଜିନାମା ଲେଖାଇ ନକଲି ଡାକ୍ତରଙ୍କୁ ଛାଡି ଦେଇଥିଲେ। ପଶୁ ଇଂଜେକସନ ନେଇଥିବା ଶ୍ରୀକାନ୍ତ ମହାନ୍ତଙ୍କ ଲିଖିତ ଅଭିଯୋଗ ପରେ ହତ୍ୟା ଉଦ୍ୟମ, ଭୁଲ ଇଞ୍ଜେକସନ୍ ଦେଇ ଠକିବା ଓ କାର୍ଯ୍ଯରେ ଅବହେଳା ପରି ସଙ୍ଗୀନ୍ ଦଫାରେ ମାମଲା ରୁଜୁ ହୋଇଥିଲା। ଏହାପରେ ଏଏସଆଇ ପବିତ୍ର ମୋହନ ରାଉତଙ୍କୁ ନିଲମ୍ବନ କରିଛନ୍ତି ମୟୁରଭଞ୍ଜ ଏସ୍ପି।