ଅଶ୍ୱିନୀଙ୍କୁ ମିଳିଲା କୃତି କୃଷକ ରାଜ୍ୟ ସମ୍ମାନ ୨୦୨୩

ସାରସକଣା: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକର ଯୁବ ଉଦ୍ୟୋଗୀ ଇଂ ଅଶ୍ୱିନୀ କୁମାର ମହାନ୍ତଙ୍କୁ ମିଳିଲା ରାଜ୍ୟ ସ୍ତରୀୟ କୃତି କୃଷକ ସମ୍ମାନ ୨୦୨୩। ପ୍ରକାଶ ଥାଉକି ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ନିକଟ ବିଜୁ ପଟ୍ଟନାୟକ ପଡ଼ିଆରେ ଆଜି ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା କୃଷି ବିକାଶରେ ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ଓଡ଼ିଶାରେ ଉଦାହରଣ ସୃଷ୍ଟି କରିଥିବା ଯୁବ ପ୍ରତିଭା ମାନଙ୍କୁ ରାଜ୍ୟ ସ୍ତରୀୟ କୃଷି ଓଡିଶା ୨୦୨୩ ଉତ୍ସବରେ କୃତି କୃଷକ ସମ୍ମାନ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସାରସକଣା ବ୍ଲକର ଉମାଦେଇପୁର ପଞ୍ଚାୟତର ଯୁବ ଉଦ୍ୟୋଗୀ ଅଶ୍ୱିନୀ କୁମାର ମହାନ୍ତଙ୍କୁ ଜିଲ୍ଲାର ଜଣେ ଶ୍ରେଷ୍ଠ ମତ୍ସ୍ୟଚାଷୀ ଭାବେ ତାଙ୍କର ଉତ୍କର୍ଷତା ପାଇଁ ସମ୍ମାନ ପ୍ରଦାନ କରାଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ, ତଥା କୃଷି ଓ କୃଷକ ସଶକ୍ତିକରଣ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ କରକୋମଳରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ସମ୍ମାନର ଶ୍ରେୟ ଅଶ୍ୱିନୀ ସାରସକଣା ବ୍ଳକର ସମସ୍ତ ଜନସାଧାରଣଙ୍କୁ ଦେଇଛନ୍ତି। ମୁଖ୍ୟତଃ ଅଶ୍ୱିନୀଙ୍କ ଭାଇ, ବାପା ମା ଓ ଜେଜେମାଙ୍କ ପାଇଁ ଏହି ସଫଳତାର ହକଦାର ସେ ହେଇପାରିଛନ୍ତି ବୋଲି ସକାଳକୁ ସୂଚନା ଦେଇଛନ୍ତି।

Leave a comment