ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚତୁର୍ଥ ଭାରତୀୟ ଭାବେ ଟେଷ୍ଟ କ୍ରିକେଟରେ ଅଶ୍ଵିନଙ୍କୁ ୪ଶହ ୱିକେଟ

ଅହମଦାବାଦ : ଭାରତୀୟ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କ ପାଇଁ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ଅନ୍ୟତମ ସ୍ମରଣୀୟ ମ୍ୟାଚ ହୋଇଛି। ଟେଷ୍ଟ କ୍ରିକେଟ୍‌ରେ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ ୪୦୦ ଓ୍ବିକେଟ୍‌ ପୁରଣ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ସିରିଜ୍‌ର ତୃତୀୟ ଟେଷ୍ଟର ଦ୍ବିତୀୟ ଇନିଂସରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ଅଶ୍ବିନ । ଚତୁର୍ଥ ଭାରତୀୟ ଭାବରେ ସେ ଏହି କୃତିତ୍ଵ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ କପିଲ ଦେବ, ଅନୀଲ କୁମ୍ବଲେ ଓ ହରଭଜନ ସିଂହ ଏହି ରେକର୍ଡର ଅଧିକାରୀ ଥିଲେ।

ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ ଅଶ୍ଵିନୀ ଇଂଲଣ୍ଡର ଜୋଫ୍ରା ଆର୍ଚରଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ କରିବା ପରେ ୪୦୦ ଓ୍ବିକେଟ୍‌ କ୍ଲବ୍‌ରେ ସାମିଲ ହୋଇଛନ୍ତି । ମୁରଲୀଧରନଙ୍କ ପରେ ସବୁଠାରୁ କମ ମ୍ୟାଚରେ ସେ ୪୦୦ଟି ଓ୍ଵିକେଟ ନେଇଛନ୍ତି। ମୁରଲୀ ୭୨ଟି ମ୍ୟାଚରେ ଏହି କୃତିତ୍ଵ ହାସଲ କରିଥିବାବେଳେ ଅଶ୍ଵିନୀ ୭୭ଟି ମ୍ୟାଚରେ ଏହି ରେକର୍ଡ କରି ପାରିଛନ୍ତି।

ଭାରତୀୟ ବୋଲର ଭାବରେ ୧୩୨ଟି ଟେଷ୍ଟ ମ୍ୟାଚ ଖେଳି ଅନୀଲ କୁମ୍ବଲେ ସର୍ବାଧିକ ୬୧୯ଟି ୱିକେଟ୍ ନେଇଥିବା ବେଳେ, କପିଲ ଦେବ ୧୩୧ଟି ମ୍ୟାଚ ଖେଲି ୪୩୦ଟି ୱିକେଟ୍ ନେଇଛନ୍ତି। ସେହିପରି ଭଜି ୧୦୩ଟି ମ୍ୟାଚ ଖେଳି ୪୧୭ଟି ଉଇକେଟ ନେଇଛନ୍ତି।

Leave A Reply

Your email address will not be published.