ଅହମ୍ମଦାବାଦ ଟେଷ୍ଟରେ ବଡ଼ ରେକର୍ଡ ସୃଷ୍ଟି କଲେ ଅଶ୍ୱିନ, ଭାରତୀୟ କ୍ରିକେଟ ଇତିହାସରେ ଯୋଡିହେଲା ନାମ….

ଅହମ୍ମଦାବାଦ : ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲୁଥିବା ୪ର୍ଥ ଟେଷ୍ଟରେ ଟିମ୍ ଇଣ୍ଡିଆର ତାରକା ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଏକ ‘ବିରାଟ ରେକର୍ଡ’ କରିଛନ୍ତି। ଏହି ରେକର୍ଡ ହାସଲ କରିବା ମାତ୍ରେ ଭାରତୀୟ କ୍ରିକେଟ୍ ଇତିହାସରେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ନାମ ଯୋଡି ହୋଇଯାଇଛି। ଅହମ୍ମଦାବାଦରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ପ୍ରଥମ ଇନିଂସରେ ରବିଚନ୍ଦ୍ରନ ଅଶ୍ୱିନ୍ ୬ ୱିକେଟ ନେବା ସହ ଅନୀଲ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିଛନ୍ତି। ଅଶ୍ୱିନ୍ ଏହି ମ୍ୟାଚରେ ୫ ୱିକେଟ ନେବା ପରେ ଭାରତରେ ଖେଳିବାବେଳେ ସର୍ବାଧିକ ଥର ୫ ୱିକେଟ ନେଇଥିବା ଖେଳାଳି ହୋଇଛନ୍ତି।
ରବିଚନ୍ଦ୍ରନ ଅଶ୍ୱିନ ଭାରତରେ ଖେଳୁଥିବାବେଳେ ଟେଷ୍ଟ କ୍ରିକେଟରେ ମୋଟ ୨୫ ଥର ୫ ୱିକେଟ୍ ନେଇଥିଲେ। ସେ ଏହି ମ୍ୟାଚରେ ପାଞ୍ଚଟି ୱିକେଟ୍ ନେବା ପରେ ଭାରତରେ ୨୬ ଥର ୫ ୱିକେଟ୍ ନେଇଥିବା ଖେଳାଳି ହୋଇ ଇତିହାସ ସୃଷ୍ଟି କରିଛନ୍ତି। ସେ ଭାରତୀୟ କ୍ରିକେଟ ଇତିହାସରେ ପ୍ରଥମ ବୋଲର ଭାବେ ଏହି କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ରବିଚନ୍ଦ୍ରନ ଅଶ୍ୱିନ ଟେଷ୍ଟ କ୍ରିକେଟରେ ଏପର୍ଯ୍ୟନ୍ତ ୪୭୩ ୱିକେଟ୍ ନେଇଛନ୍ତି। ଏଥି ସହିତ ରବିଚନ୍ଦ୍ରନ୍ ଅଶ୍ୱିନ୍୧୧୩ ଟି ଦିନିକିଆରେ ୧୫୧ ୱିକେଟ୍ ନେଇଥିବାବେଳେ ୬୫ ଟି -୨୦ ଟିରେ ୭୨ ୱିକେଟ୍ ଏବଂ ଆଇପିଏଲର ୧୮୪ ମ୍ୟାଚ୍ ରେ ୧୫୭ ୱିକେଟ୍ ନେଇଛନ୍ତି।
ନିଜ ଦେଶରେ ସର୍ବାଧିକ ୫ ୱିକେଟ୍ ନେଇଥିବା ବୋଲର (ଟେଷ୍ଟ)
1. ମୁଥିୟା ମୁରଲୀଧରନ (ଶ୍ରୀଲଙ୍କା) – ୪୫ ଥର ୫ ଟି ୱିକେଟ୍ ହାସଲ କରିଛନ୍ତି
2. ରବିଚନ୍ଦ୍ରନ ଅଶ୍ୱିନ (ଭାରତ) – ୨୬ ଥର ୫ ୱିକେଟ୍ ନେଇଛନ୍ତି
3. ରଙ୍ଗନା ହେରାଥ (ଶ୍ରୀଲଙ୍କା) -୨୬ ଥର ୫ ୱିକେଟ୍
4. ଅନିଲ କୁମ୍ବଲେ (ଭାରତ) – ୨୫ ଥର ୫ ୱିକେଟ୍
5. ଜେମ୍ସ ଆଣ୍ଡରସନ୍ (ଇଂଲଣ୍ଡ) – ୨୪ ଥର ୫ ୱିକେଟ୍
ଏହା ବ୍ୟତୀତ ରବିଚନ୍ଦ୍ରନ୍ ଅଶ୍ୱିନ୍ ପ୍ରଥମ ଭାରତୀୟ ବୋଲର ହୋଇଛନ୍ତି ଯିଏକି ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ କ୍ରିକେଟ୍ ରେ ୧୧୨ ୱିକେଟ୍ ନେଇଛନ୍ତି। ଏହାପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତରୁ ସର୍ବାଧିକ ଟେଷ୍ଟ ୱିକେଟ୍ ନେଇଥିବା ରେକର୍ଡ ଭେଟେରାନ ଲେଗ ସ୍ପିନର ଅନିଲ କୁମ୍ବଲେଙ୍କ ନାମରେ ଥିଲା। ଭେଟେରାନ୍ ଲେଗ୍ ସ୍ପିନର ଅନିଲ କୁମ୍ବଲେ ଅଷ୍ଟ୍ରେଲିଆ ବିପକ୍ଷରେ ୧୧୧ ଟେଷ୍ଟ ୱିକେଟ୍ ନେଇଥିଲେ।
ଅଷ୍ଟ୍ରେଲିଆ ବିପକ୍ଷରେ ଅଧିକ ଟେଷ୍ଟ ୱିକେଟ୍ ନେଇଥିବା ଭାରତୀୟ ବୋଲର
1. ରବିଚନ୍ଦ୍ରନ୍ ଅଶ୍ୱିନ୍ – ୧୧୩ ଟେଷ୍ଟ ୱିକେଟ୍
2. ଅନିଲ କୁମ୍ବଲେ -୧୧୧ ଟେଷ୍ଟ ୱିକେଟ୍
3. ହରଭଜନ ସିଂ -୯୫ ଟେଷ୍ଟ ୱିକେଟ୍
ବିଶ୍ବରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର
1. ମୁଥିଆ ମୁରଲୀଧରନ (ଶ୍ରୀଲଙ୍କା) – ୮୦୦ ଟେଷ୍ଟ ୱିକେଟ୍
2.ସେନ୍ ୱର୍ନ (ଅଷ୍ଟ୍ରେଲିଆ) – ୭୦୮ ଟେଷ୍ଟ ୱିକେଟ୍
3. ଜେମ୍ସ ଆଣ୍ଡରସନ୍ (ଇଂଲଣ୍ଡ) – ୬୮୫ ଟେଷ୍ଟ ୱିକେଟ୍
4. ଅନିଲ କୁମ୍ବଲେ (ଭାରତ) – ୬୧୯ ଟେଷ୍ଟ ୱିକେଟ୍
5. ଷ୍ଟୁଆର୍ଟ ବ୍ରଡ୍ (ଇଂଲଣ୍ଡ) – ୫୭୬ ଟେଷ୍ଟ ୱିକେଟ୍
6. ଗ୍ଲେନ୍ ମ୍ୟାକଗ୍ରାଥ (ଅଷ୍ଟ୍ରେଲିଆ) – ୫୬୩ ଟେଷ୍ଟ ୱିକେଟ୍
7. କୋର୍ଟନି ୱାଲ୍ (ୱେଷ୍ଟଇଣ୍ଡିଜ୍) – ୫୧୯ ଟେଷ୍ଟ ୱିକେଟ୍
8. ନାଥନ୍ ଲିଅନ୍ (ଅଷ୍ଟ୍ରେଲିଆ) – ୪୭୯ ଟେଷ୍ଟ ୱିକେଟ୍
9. ରବିଚନ୍ଦ୍ରନ୍ ଅଶ୍ୱିନ୍ (ଭାରତ) – ୪୭୩ ଟେଷ୍ଟ ୱିକେଟ୍
ଟେଷ୍ଟ କ୍ରିକେଟରେ ଅଧିକ ୱିକେଟ୍ ନେଇ ଭାରତୀୟ ବୋଲର
1. ଅନିଲ କୁମ୍ବଲେ – ୬୧୯ ଟେଷ୍ଟ ୱିକେଟ୍
2. ରବିଚନ୍ଦ୍ରନ୍ ଅଶ୍ୱିନ୍ -୪୭୩ ଟେଷ୍ଟ ୱିକେଟ୍
3. କପିଲ ଦେବ – ୪୩୪ ଟେଷ୍ଟ ୱିକେଟ୍
4. ହରଭଜନ ସିଂ -୪୧୭ ଟେଷ୍ଟ ୱିକେଟ୍
5. ଇଶାନ୍ତ ଶର୍ମା / ଜାହିର ଖାନ – ୩୧୧ ଟେଷ୍ଟ ୱିକେଟ୍