ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଥରମାଡ଼ କରି ଅସଦୁଦ୍ଦିନ ଓୱେସିଙ୍କ ଘର ଝରକା କାଚ ଭାଙ୍ଗି ଦେଲେ ଦୁର୍ବୃତ୍ତ, ପୁଲିସର ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ଏଆଇଏମ୍ଆଇଏମ୍ ମୁଖ୍ୟ ତଥା ସାଂସଦ ଅସଦୁଦ୍ଦିନ ଓୱେସିଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଉପରେ ପଥରମାଡ଼ ହୋଇଛି । ଏହି ଘଟଣାରେ ଓଓ୍ବେସିଙ୍କ ଘରର ଝରକା କାଚ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି । ଏନେଇ ଅସଦୁଦ୍ଦିନ ଓୱେସି ପୁଲିସକୁ ଜଣାଇବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ଏଆଇଏମ୍ଆଇଏମ୍ ମୁଖ୍ୟ ଓଓ୍ବେସି ଅଭିଯୋଗ କରିଛନ୍ତି ଯେ କିଛି ଦୁର୍ବୃତ୍ତ ତାଙ୍କ ଦିଲ୍ଲୀ ଘର ଉପରେ ପଥର ଫିଙ୍ଗିଥିଲେ। ରବିବାର ସନ୍ଧ୍ୟା ପ୍ରାୟ ୫.୩୦ ସମୟରେ ଅଶୋକ ରୋଡ୍ ଅଞ୍ଚଳରେ ଏହି ଘଟଣା ଘଟିଥିଲା ​​। ସୂଚନା ପାଇବା ପରେ ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ଦିଲ୍ଲୀ ପୁଲିସର ଏକ ଟିମ୍ ଓୱାଇସିଙ୍କ ଘରକୁ ଯାଇ ଯାଞ୍ଚ୍ କରିଥିଲେ ।

ଏହି ଘଟଣା ସମ୍ପର୍କରେ ଅସଦୁଦ୍ଦିନ ଓଓ୍ବେସି ଗଣମାଧ୍ୟମକୁ କହିଛନ୍ତି, “ମୁଁ ରାତି ୧୧:୩୦ରେ ଘରେ ପହଞ୍ଚି ଦେଖିଲି ଯେ ଝରକା କାଚ ଭାଙ୍ଗି ଯାଇଛି ଏବଂ ଚାରିଆଡେ ପଥର ପଡିଛି। ମୋ ଘରେ କାମ କରୁଥିବା ବ୍ୟକ୍ତିଙ୍କ କହିବା ଅନୁସାରେ କିଛି ଦୁର୍ବୃତ୍ତ ସନ୍ଧ୍ୟା ପ୍ରାୟ ୫:୩୦ଟା ବେଳେ ଆସି ଘର ଉପରେ ପଥର ଫିଙ୍ଗିଥିଲେ।

ତାଙ୍କ ବାସଭବନରେ ଚତୁର୍ଥ ଥର ଏପରି ଆକ୍ରମଣ ହୋଇଥିବା ଓଓ୍ବେସି ଅଭିଯୋଗ କରିଛନ୍ତି। ଅପରାଧୀଙ୍କୁ ତୁରନ୍ତ ଧରାଯିବା ଉଚିତ ବୋଲି ସେ କହିଛନ୍ତି । ଦିଲ୍ଲୀ ପୁଲିସ କହିଛି ଯେ ଏହି ଘଟଣାର ତଦନ୍ତ ଚାଲିଛି । ପଥରମାଡ ବେଳେ ଓୱାଇସି ଘରେ ନଥିଲେ। ଓଓ୍ବେସିଙ୍କ ଘରେ ଓ ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ୍ କରାଯାଉଛି ।

Leave A Reply

Your email address will not be published.