ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜେଲରୁ ବାହାରିଲେ ଆର୍ଯ୍ୟନ

ମୁମ୍ବାଇ: ଜେଲରୁ ବାହାରିଲେ ଆର୍ଯ୍ୟନ ଖାନ । ୨୮ ଦିନ ଜେଲ କୋଠରୀରେ ରାତି କାଟିବା ପରେ ମୁକ୍ତି ପାଇଛନ୍ତି ଆର୍ଯ୍ୟନ । ଗୁରୁବାର ବମ୍ବେ ହାଇକୋର୍ଟ ବିଚାର କରି ଆର୍ଯ୍ୟନଙ୍କୁ ଜାମିନ ଦେଇଥିଲେ । ଶୁକ୍ରବାର ଜେଲରେ ପ୍ରକ୍ରିୟା ବିଳମ୍ବ ହେବାରୁ ଆର୍ଯ୍ୟନଙ୍କୁ ଆଉ ଗୋଟେ ରାତି ବିତାଇବାକୁ ପଡ଼ିଥିଲା । ଶନିବାର ସକାଳେ ଜେଲ କର୍ତ୍ତୃପକ୍ଷ ଜାମିନ ଆଦେଶ ନେବାକୁ ପ୍ରାୟ ସାଢ଼େ ୫ଟା ସମୟରେ ଆର୍ଥର ରୋଡ ଜେଲ ବାହାରେ ଜାମିନ ବାକ୍ସ ଖୋଲିଥିଲେ। ଗତକାଲି ଆର୍ଯ୍ୟନ ଖାନଙ୍କ ଜାମିନ ଆଦେଶର କପି ଏହି ବାକ୍ସ ଭିତରେ ରଖାଯାଇଥିଲା। ଆର୍ଯ୍ୟନଙ୍କୁ ନେବାକୁ ଜେଲ ବାହାରେ ଲାଗିଥିଲା ଶାହରୁଖଙ୍କ ଗାଡ଼ିର ଲମ୍ବା ଲାଇନ୍ । ଶାହରୁଖଙ୍କ ବଡ଼ିଗାର୍ଡ ଆର୍ଯ୍ୟନଙ୍କ ଅପେକ୍ଷାରେ ଜେଲ୍ ବାହାରେ ଛିଡ଼ା ହୋଇଥିଲେ । ଆର୍ଯ୍ୟନ ଜେଲ ପରିସରରୁ ବାହାରିବା ପରେ ତାଙ୍କୁ ଶାହରୁଖଙ୍କ ପର୍ସନାଲ ଗାଡ଼ିରେ ଘର ‘ମନ୍ନତ’କୁ ନିଆଯାଇଥିଲା ।

Leave A Reply

Your email address will not be published.