ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ଦିନ ୧୨ଟା ରେ ଜେଲରୁ ବାହାରିବେ ଆର୍ୟନ ଖାନ

ମୁମ୍ବାଇ: ଆଜି ଦିନ ୧୨ଟା ରେ ଜେଲରୁ ବାହାରିବେ ଆର୍ୟନ ଖାନ । ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ଲାଗି ଆଜି ଖୁସିର ଦିନ । ଆଜି ଜେଲରୁ ବାହାରିବେ ଆର୍ୟନ ଖାନ । ଆର୍ୟନଙ୍କ ବେଲ୍ ଅର୍ଡର ମିଳିଥିବା ନେଇ ଆର୍ଥନ ରୋଡ୍ ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅନ୍ୟ କଏଦୀଙ୍କ ସହ ଏକ ସଙ୍ଗରେ ଆର୍ୟନଙ୍କୁ ଛଡ଼ାଯିବ ବୋଲି କହିଛନ୍ତି ଆର୍ଥର ରୋଡ୍ ଜେଲ୍ ଅଧୀକ୍ଷକ । ୧୦ରୁ ୧୨ଟା ମଧ୍ୟରେ ଜେଲରୁ ମୁକୁଳିବେ ଆର୍ୟନ । ଆର୍ୟନଙ୍କୁ ଆଣିବା ଲାଗି ‘ମନ୍ନତ’ରୁ ଶାହରୁଖ ଖାନ ଜେଲ୍ ଅଭିମୁଖେ ବାହାରି ଯାଇଛନ୍ତି । ଆର୍ୟନଙ୍କୁ ଛାଡ଼ିବା ଲାଗି ଜେଲରେ ପ୍ରକ୍ରିୟା ଜାରି ରହିଛି । ଆର୍ୟନଙ୍କୁ ଏନେଇ ଜେଲ୍ କର୍ତ୍ତୃପକ୍ଷ ଜଣାଇଛନ୍ତି ।

ଆର୍ୟନ ଜାମିନ୍ ପାଇ ଖୁସଥିବା ବେଳେ ଜେଲରେ ଅନ୍ୟ ଅନ୍ତେବାସୀଙ୍କ ସହ କଥା ହେଉଥିବା ଜେଲ୍ ପକ୍ଷରୁ କୁହାଯାଇଛି । ସକାଳ ୫ଟା ୩୦ରେ ଆର୍ଥର ରୋଡର ବେଲ୍ ବକ୍ସ ଖୋଲା ଯାଇଥିଲା । ଶୁକ୍ରବାର ଶାହରୁଖଙ୍କ ବାନ୍ଧବୀ ଜୁହି ଚାୱଲା ଆର୍ୟନଙ୍କ ଜାମିନ୍ ପ୍ରକ୍ରିୟା ପୂରା କରିଥିଲେ । ଆର୍ୟନଙ୍କୁ ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି । ଆର୍ୟନଙ୍କ ସହିତ ତିନି ଜଣ ଅଭିଯୁକ୍ତଙ୍କୁ ବମ୍ବେ ହାଇକୋର୍ଟ ଗୁରୁବାର ଜାମିନ୍ ପ୍ରଦାନ କରିଥିଲେ । ଶୁକ୍ରବାର କୋର୍ଟ ବେଲ୍ ଅର୍ଡର ଜାରି କରିଥିଲେ । ଏହା ପରେ ବି ଜେଲରୁ ବାହାରି ପାରି ନଥିଲେ ଆର୍ୟନ । ଆର୍ଥର ରୋଡ୍ ଜେଲରେ ଅପରାହ୍ଣ ୫ଟା ସୁଦ୍ଧା ବେଲ୍ ଅର୍ଡର ପହଞ୍ଚି ନପାରିବାରୁ ଆର୍ୟନ ଜେଲରେ ରହିଥିଲେ ।

Leave A Reply

Your email address will not be published.