ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲା: ଅଭିନେତା ଶାହାରୁଖ୍ ଖାନ୍‌ଙ୍କ ପୁଅ ଆର୍ଯ୍ଯନ ଖାନ୍‌ଙ୍କୁ କ୍ଲିନ୍‌ଚିଟ ଦେଲା ଏନସିବି

ମୁମ୍ବାଇ: ମୁମ୍ବାଇ କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲାରେ ଅଭିନେତା ଶାହାରୁଖ୍ ଖାନ୍‌ଙ୍କ ପୁଅ ଆର୍ଯ୍ଯନ ଖାନ୍‌ଙ୍କୁ କ୍ଲିନ୍‌ଚିଟ୍ ମିଳିଛି। ଏନସିବି  ଏହି କ୍ଲିନ୍‌ଚିଟ୍‌ ଦେଇଛି। ଏନ୍‌ସିବି ପକ୍ଷରୁ ଦାଖଲ ଚାର୍ଜସିଟ୍‌ରେ ଆର୍ଯ୍ଯଙ୍କୁ କ୍ଲିନ୍‌ଚିଟ୍ ମିଳିଛି। ଚାର୍ଜସିଟ୍‌ରେ ଆର୍ଯ୍ଯ ଖାନ୍‌ଙ୍କ ନାଁ ନଥିବା ନେଇ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଗତ ବର୍ଷ ଅକ୍ଟୋବରରେ ଆର୍ଯ୍ଯ ଗିରଫ ହୋଇଥିଲେ। ପରେ ତାଙ୍କୁ ଜାମିନ ମିଳିଥିଲା। ୨୮ ଦିନ ଜେଲ୍‌ରେ ରହିବା ପରେ ମୁକୁଳି ଥିଲେ କିଙ୍ଗ୍‌ ଖାନ୍‌ ଶାହରୁଖଙ୍କ ପୁଅ ଆର୍ଯ୍ଯନ ଖାନ୍‌।

ଖବର ଅନୁଯାୟୀ, ମୁମ୍ବାଇରୁ ଗୋଆ ଯାତ୍ରା କରିବାକୁ ଥିବା କର୍ଡେଲିଆ କ୍ରୁଜ୍ ଏମ୍ପ୍ରେସରେ ରେଭ୍ ପାର୍ଟି ଆୟୋଜନ ହୋଇଥିଲା। ପାର୍ଟିରେ ଡ୍ରଗ୍ସ ସେବନ କରାଯାଉଥିବା ନେଇ ସୂଚନା ମିଳିବା ପରେ ଏନ୍‌ସିବି ଚଢ଼ଉ କରିଥିଲା।

Leave A Reply

Your email address will not be published.