ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦାରିଦ୍ର୍ୟ ହଟାଇବାରେ ଓଡ଼ିଶା ଉଦାହରଣ: ନବୀନଙ୍କୁ ନୀତି ଆୟୋଗର ପ୍ରଥମ ଉପାଧ୍ୟକ୍ଷ ପାନଗାରିଆଙ୍କ ପ୍ରଶଂସା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କୁ ଭୂୟଶୀ ପ୍ରଶଂସା କରିଛନ୍ତି ନୀତି ଆୟୋଗର ପ୍ରଥମ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆ । ଏକ ଇଂରାଜୀ ଖବରକାଗଜରେ ପାନଗାରିଆ ଦର୍ଶାଇଛନ୍ତି ଯେ, ୧୯୯୩ରେ ରାଜ୍ୟରେ ଗରିବୀ ହାର ୪୮.୬ ଥିବା ବେଳେ ୨୦୧୫ରେ ଏହା ଦ୍ରୁତଗତିରେ ହ୍ରାସ ପାଇ ୨୯.୩କୁ ଖସିଥିଲା । ଓଡ଼ିଶାର ସାମଗ୍ରିକ ବିକାଶର ଏହା ଉତ୍କୃଷ୍ଟ ଚିତ୍ର । ୨୦୦୦ ମସିହାରେ ନବୀନ ପଟ୍ଟନାୟକ ଶାସନ ଭାର ସମ୍ଭାଳିବା ବେଳକୁ ମୁଣ୍ଡପିଛା ଆୟରେ ଓଡ଼ିଶା ତଳଆଡୁ ତୃତୀୟ ସ୍ଥାନରେ ଥିଲା । ୨୦୦୦ ମସିହାରେ ରାଜ୍ୟରେ ମୁଣ୍ଡପିଛା ଆୟ ମାତ୍ର ୧୭ ହଜାର ୬୫୦ ଟଙ୍କା ଥିବା ବେଳେ ୨୦୧୯-୨୦ରେ ଏହା ୮୨ ହଜାର ୨୫୭ରେ ପହଞ୍ଚିଛି।

୧୯୯୯ ମହାବାତ୍ୟା ପରେ ରାଜ୍ୟର ଏକ ପ୍ରତିକୂଳ ସ୍ଥିତିରୁ ରାଜ୍ୟକୁ ଦେଶର ଅଗ୍ରଣୀ ରାଜ୍ୟ ପରିଣତ କରିଛନ୍ତି ନବୀନ ପଟ୍ଟନାୟକ। ନବୀନଙ୍କ ଦୂରଦୃଷ୍ଟି, ସ୍ୱଚ୍ଛ ଓ ସ୍ଥିର ସରକାର ଯୋଗୁଁ ଏହା ସମ୍ଭବ ହୋଇପାରିଛି। ନୀତି ଆୟୋଗର ପ୍ରଥମ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆଙ୍କ ସ୍ତମ୍ଭ ତଥ୍ୟ ସମ୍ଭଳିତ ଏବଂ ଓଡ଼ିଶାର ପରିବର୍ତ୍ତିତ ବିକାଶର ପ୍ରକୃତ ଚିତ୍ର ବୟାନ କରୁଛି।

Leave A Reply

Your email address will not be published.