ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କରୋନା ପଜିଟିଭ୍

ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ । ଏ ନେଇ ସେ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସେ ଏବେ ହୋମ୍ ଆଇସୋଲେସନରେ ଅଛନ୍ତି । ତାଙ୍କ ପାଖରେ କରୋନାର ସ୍ୱଳ୍ପ ଲକ୍ଷଣ ଦେଖାଦେଇଛି । ନିକଟ ଅତୀତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି କୋଭିଡ୍ ଟେଷ୍ଟ କରାଇବା ସହ ଆଇସୋଲେଟ୍ ହେବାକୁ କେଜ୍ରିଓ୍ୱାଲ୍ ପରାମର୍ଶ ଦେଇଛନ୍ତି।


ପଞ୍ଜାବ ଓ ଗୋଆରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିଥିଲେ କେଜ୍ରିଓ୍ୱାଲ୍ । ଏସବୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆପ୍ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ। ସରକାରୀ ଓ ଦଳୀୟ କାର୍ୟ୍ୟ ପାଇଁ ବାହାରକୁ ଯିବା ବେଳେ ସେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । କେଜ୍ରିଓ୍ୱାଲ୍ ଓମିକ୍ରନ୍ ସଂକ୍ରମିତ ହୋଇଛନ୍ତି କି ନାହିଁ ଜାଣିବା ପାଇଁ ତାଙ୍କ ନମୁନାକୁ ଜିନୋମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଛି ।

Leave A Reply

Your email address will not be published.