ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଞ୍ଜାବରେ କେଜ୍ରିୱାଲଙ୍କ ନିର୍ବାଚନୀ ପ୍ରତିଶ୍ରୁତି: ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ସହ ପୁରୁଣା ବିଦ୍ୟୁତ୍ ବିଲ୍ ଛାଡ

ଚଣ୍ଡୀଗଡ଼: ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଆମ ଆଦମି ପାର୍ଟି ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି । ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବବାସୀଙ୍କୁ  ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି। ଦିଲ୍ଲୀ ପରେ ପଞ୍ଜାବରେ ମଧ୍ୟ ମାଗଣା ବିଜୁଳି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି କେଜ୍ରିୱାଲ ।

ପଞ୍ଜାବରେ ଆମ ଆଦମି ପାର୍ଟି ସରକାର ଗଢ଼ିଲେ ପ୍ରତି ପରିବାରକୁ ୩୦୦ ୟୁନିଟ୍ ମାଗଣା ପ୍ରଦାନ କରାଯିବ ବୋଲି କହିଛନନ୍ତି କେଜ୍ରିୱାଲ । ୩୦୦ ୟୁନିଟ୍ ମାଗଣା ଦିଆଗଲେ ପାଖାପାଖି ୮୦ ପ୍ରତିଶତ ଲୋକଙ୍କ ବିଜୁଳି ବିଲ୍ ଶୂନ୍ୟ ହୋଇଯିବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପ୍ ସରକାର କ୍ଷମତାକୁ ଆସିଲେ ୨୪ ଘଣ୍ଟା ବିଜୁଳି ଯୋଗାଣ କରାଯିବ, କିନ୍ତୁ ବିଲ୍ ଆସିବ ନାହିଁ । ଏହାସହ ପୁରୁଣା ସମସ୍ତ ବିଜୁଳି ବିଲ୍ ମଧ୍ୟ ଛାଡ଼୍ କରିଦିଆଯିବ। ଦିଲ୍ଲୀ ପରି ପଞ୍ଜାବରେ ମଧ୍ୟ ୨୪ ଘଣ୍ଟା ବିଜୁଳି ଯୋଗାଣ କରାଯିବ ବୋଲି କେଜ୍ରିୱାଲ ପ୍ରତିଶ୍ରୁତି  ଦେଇଛନ୍ତି ।

Leave A Reply

Your email address will not be published.