ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅପ୍ରାସଙ୍ଗିକ କଥା ଉଠାଇ ବିଧାନସଭାର ସମୟ ନଷ୍ଟ କରୁଛି ବିଜେପି- ଅରୁଣ ସାହୁ

ଭୁବନେଶ୍ବର: ବିଧାନସଭାରେ ପ୍ରସଙ୍ଗ ଭିତ୍ତିକ ଆଲୋଚନା ହେବା କଥା । ଅପ୍ରାସଙ୍ଗିକ କଥା ଉଠାଇ ବିଧାନସଭାର ସମୟ ନଷ୍ଟ କରୁଛନ୍ତି ବିରୋଧୀ । ମାନସିକ ସନ୍ତୁଳନ କ୍ଷୟ ହେବା ଭଳି ମାନସିକ ଭାବେ ପ୍ରସ୍ତୁତ ହେଉଛନ୍ତି। ଯେ ଓଡିଶାର ସାଢେ ୪ କୋଟି ଜନ ସାଧାରଣ କଥା ନ ଉଠାଇ, ଜୀବନ ଜୀବିକାର କଥା ନଉଠାଇ, ଇସୁ ତ ନାହିଁ ସେଥିପାଇଁ ଇସୁ ଉଠାଇ ପାରୁନାହାନ୍ତି । ଯେଉଁଗୁଡା ନନ ଇସୁ ବା ଅପ୍ରାସଙ୍ଗିକ କଥା ଉଠାଇ ସବୁଦିନ କିଛି ନା କିଛି ବୟାନବାଜି କରୁଛନ୍ତି ବିରୋଧୀ । ଏଥିସହ ବିଜେପି ବିଧାୟକ ମାନଙ୍କୁ ସମ୍ବିଧାନ ପଢିବା ପାଇଁ ଅରୁଣ ସାହୁ କହିଛନ୍ତି।

ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଅଫିସରେ କିଏ କିଏ ଅଛନ୍ତି ।  ବିଧାନସଭା ଭିତରେ ଯେଉଁମାନେ ସଦସ୍ୟ ନୁହନ୍ତି, ତାଙ୍କ ନାଁ ଉଠିବା କଥା ନୁହେଁ । ଏହି ସାମନ୍ୟ ସୌଜନ୍ୟତା ମଧ୍ୟ ହରାଇ ଦେଇଛନ୍ତି। ମାନସିକ ସନ୍ତୁଳନ ହରାଇ ବସିବା, ସ୍ମୃତି ଶକ୍ତି କ୍ଷୟ ହେବା, ସମ୍ବିଧାନର ଗଣ୍ଡି ଭିତରେ ଆଲୋଚନା କରିବା କଥା ଭୁଲି ଯାଇ ପଦ ମର୍ଯ୍ୟାଦା ଉଲଙ୍ଘନ କରି ଏ କଥା ଉଠାଇଲେ।

ତେଣୁ ଆମେ ତାଙ୍କୁ ଉତ୍ତରରେ କହିଥିଲୁଲେ ଯେ, ଗୋଟେ ଆଙ୍ଗୁଳି ଯଦି ଅନ୍ୟକୁ ଦେଖାଇବ, ତେବେ ୪ ଟି ଆଙ୍ଗୁଳି ତୁମ ଆଡକୁ ଯିବ। ମୁଁ ତାଙ୍କୁ ପ୍ରଶ୍ନ ରଖିଲି ଯେ, କେନ୍ଦ୍ରରେ ଯେଉଁ ସରକାର ଅଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଅଫିସ ଠାରୁ ଆରମ୍ଭ କରି ବିଭିନ୍ନ ମନ୍ତ୍ରୀଙ୍କ ଅଫିସରେ ଏବଂ ବିଜେପି ଶାସିତ ରାଜ୍ୟ ଗୁଜୁରାଟ, ହରିୟାଣା, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକ ଆଦିରେ ଯେଉଁ ମାନଙ୍କର ଦକ୍ଷତା ଥାଏ ସେମାନେ ତାଙ୍କୁ ରଖିଛନ୍ତି । କିନ୍ତୁ ବିରୋଧୀ ଦଳ ଏଠି ସେ କଥା କହିବାର ମାନେ ହେଉଛି, ଯେ ସବୁ ଦିନେ କେମିତି ଖବରର ଶିରୋନାମାରେ ରହିବେ । ବିରୋଧୀ ଦଳ ନେତା କହିଲେ ମିଡିଆରେ ଆସିବ। ସେ ନିଜକୁ ଲୋକ ମାନଙ୍କ ପାଖରେ ରଖିବାକୁ ଯାଇ ନିଜକୁ ଅପମାନିତ କରୁଛନ୍ତି । ପ୍ରସଙ୍ଗ ବାହାରକୁ ଯାଇ କହିବା ଦ୍ୱାରା ନିଜକୁ ଏବଂ ନିଜ ଦଳକୁ ଅସୁବିଧାରେ ପକାଉଛନ୍ତି । ବିଜେପି ବିଧାୟକ ମାନଙ୍କୁ ସମ୍ବିଧାନ ପଢିବା ସହ ବିଧାନସଭାର କାର୍ଯ୍ୟବଳୀ କେମିତି ହୁଏ ବୁଝିବାକୁ କହିଛନ୍ତି ଅରୁଣ ସାହୁ।

Leave A Reply

Your email address will not be published.