ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆତ୍ମହତ୍ୟାର ରାସ୍ତା ବାଛି ନେଉଛନ୍ତି କଳାକାର – ସମାଜ ଉପରେ ପଡ଼ୁଛି କୁପ୍ରଭାବ

ଭୁବନେଶ୍ବର : ଅନେକ ଅଭିନେତା ଏବଂ ଅଭିନେତ୍ରୀଙ୍କୁ ସେମାନଙ୍କ ଫ୍ୟାନ୍‍ ଭଗବାନ ବୋଲି ମାନନ୍ତି। ଏପରିକି ସେମାନଙ୍କ ପାଇଁ ଜୀବନ ଦେବାକୁ ମଧ୍ୟ ପଛାନ୍ତି ନାହିଁ। ଫିଲ୍ମ ହିରୋ ହେଉ ଅବା ଖଳନାୟକ। ସେମାନଙ୍କ ଷ୍ଟାଇଲ୍‍ ଏବଂ ଚାଲିଚଳଣକୁ ଅନେକ ସମର୍ଥକ ଫଲୋ କରନ୍ତି। ତେଣୁ ଯଦି ଏହି ଷ୍ଟାରମାନେ କିଛି ଖରାପ କାର୍ଯ୍ୟ କରନ୍ତି, ସମାଜ ଉପରେ ଏହାର ପ୍ରଭାବ ମଧ୍ୟ ପଡ଼େ। ଗତ କିଛି ଦିନ ହେବ ବଲିଉଡ୍‍, ଓଲିଉଡ୍‍ ହେଉ ଅବା ସାଉଥ୍‍। ସବୁଠି ଅଭିନେତା ଏବଂ ଅଭିନେତ୍ରୀଙ୍କ ଆତ୍ମହତ୍ୟା ସମାଜକୁ ଏକ ଖରାପ ବାର୍ତ୍ତା ଦେଉଛି। ଯେଉଁଥି ପାଇଁ ସେମାନଙ୍କ ରାସ୍ତାକୁ ଅନେକ ଯୁବପିଢ଼ି ଆପଣାଇ ନେଉଛନ୍ତି। ପ୍ରେମ ହେଉ ଅବା ପାରିବାରିକ କଳହ। ଟିକିଏ କଥାରେ ସେମାନେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରୁଛନ୍ତି। ତେଣୁ ଯେଉଁମାନେ ମାନସିକ ଚାପରେ ଅଛନ୍ତି ସେମାନଙ୍କ ପାଇଁ କାଉନ୍‍ସିଲିଂ ନିହାତି ଆବଶ୍ୟକ ବୋଲି କହିଛନ୍ତି ମନସ୍ତତ୍ତ୍ୱବିତ୍‍।

ରଶ୍ମିରେଖାଙ୍କ ଆତ୍ମହତ୍ୟା ମାମଲା

ଗତ ୧୮ ତାରିଖ ସନ୍ଧ୍ୟାରେ ଟେଲି ଅଭିନେତ୍ରୀ ରଶ୍ମୀରେଖା ଓଝା ଆତ୍ମହତ୍ୟା କରିଥିଲେ। ସେ ରହୁଥିବା ନୂଆପଲ୍ଲୀ ଗଡ଼ସାହି ସ୍ଥିତ ଭଡ଼ାଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ରଶ୍ମିରେଖା ରାଜା ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲେ। ଏପରିକି ଉଭୟଙ୍କ ପରିବାର ବିବାହ ପାଇଁ ରାଜି ହୋଇଥିଲେ। ପରେ କିନ୍ତୁ ଉଭୟ ପରିବାରଙ୍କ ମନ ନ ମିଶିବାରୁ ବିବାହ ହୋଇନଥିଲା।

ଏହାପରେ ରଶ୍ମିରେଖା ଅନ୍ୟ ଜଣେ ଯୁବକ ସନ୍ତୋଷ ପାତ୍ରଙ୍କୁ ଭଲ ପାଇଥିଲେ। ତାଙ୍କୁ ମନ୍ଦିରରେ ବିବାହ କରି ଗଡ଼ସାହିରେ ଘର ଭଡ଼ା ନେଇ ରହୁଥିଲେ। କିନ୍ତୁ ସେଠାରେ ରାଜା ପାଇଁ ଝଗଡ଼ା ହେବାରୁ ସନ୍ତୋଷ କୋର୍ଟ ମ୍ୟାରେଜ୍‍ କରିନଥିଲେ। ଯେଉଁଥି ପାଇଁ ରଶ୍ମିରେଖା ଆତ୍ମହତ୍ୟା କରିଥିଲେ।

ରାଇମୋହନଙ୍କ ରହସ୍ୟମୟ ଆତ୍ମହତ୍ୟା

ପାରିବାରିକ ଅଶାନ୍ତିକୁ ନେଇ ପ୍ରଖ୍ୟାତ ଖଳନାୟକ ରାଇମୋହନ ପରିଡ଼ା ମାନସିକ ଚାପରେ ଆସି ଆତ୍ମହତ୍ୟା କରିଛନ୍ତି। ମଞ୍ଚେଶ୍ୱର ଥାନା ପ୍ରାଚୀବିହାରସ୍ଥିତ ଘରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ଝିଅ ବାହାଘରକୁ ନେଇ ରାଇମୋହନଙ୍କ ଘରେ କଳହ ଲାଗୁଥିଲା। ଯେଉଁଥି ପାଇଁ ଗତକାଲି ରାତିରେ ଝଗଡ଼ା ହୋଇଥିଲା। ହେଲେ ଶୁକ୍ରବାର ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା।

ଆଲବମ୍‍ ହିରୋ ପପୁ ଆତ୍ମହତ୍ୟା ଘଟଣା

୨୦୦୮ ମାର୍ଚ୍ଚ ୨୨ତାରିଖରେ ମାଉସୀ ମା’ ଛକ ନିକଟରେ ଏକ ଭଡ଼ାଘର ଭିତରୁ ଓଡ଼ିଆ ଆଲବମ୍‍ ଜଗତର ଲୋକପ୍ରିୟ ଅଭିନେତା ଶୁଭକାନ୍ତ ସାହୁ ଓରଫ ପପୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ପପୁଙ୍କୁ ହତ୍ୟା କରାଯାଇଥିବା ତାଙ୍କ ଭାଇ ଅଭିଯୋଗ କରିଥିଲେ। ପ୍ରଥମେ ଲିଙ୍ଗରାଜ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା। ପରେ କ୍ରାଇମ୍‍ବ୍ରାଞ୍ଚ ତଦନ୍ତ ଭାର ନେଇଥିଲା। କିନ୍ତୁ ଘଟଣାକୁ ୧୨ ବର୍ଷ ହୋଇଯାଇଥିଲେ ମଧ୍ୟ କ୍ରାଇମ୍‍ବ୍ରାଞ୍ଚ ଏହା ଉପରୁ ପରଦା ହଟାଇ ପାରିନି।

ଛାତରୁ ଖସି ନିକିତାଙ୍କ ମୃତ୍ୟୁ

ରୂପେଲି ପରଦାର ନାୟିକା ଲକ୍ଷ୍ମୀପ୍ରିୟା ବେହେରା ଓରଫ ନିକିତା ଓ ତାଙ୍କ ଶ୍ୱଶୂର ଘର ଲୋକଙ୍କ ସହ କଳହ ଲାଗି ରହୁଥିଲା। ଏଥିରେ ତାଙ୍କ ସ୍ୱାମୀ ଲିପନ୍‍ ସାହୁ ହସ୍ତେକ୍ଷପ କରିଥିଲେ। ପରେ ପୁରୁଣା କଥାକୁ ନେଇ ଉଭୟ ପତି-ପତ୍ନୀ ଛାତ ଉପରକୁ ଯାଇଥିଲେ। ସେଠାରେ ଦୁହିଁଙ୍କ ମଧ୍ୟରେ ଠେଲାପେଲା ହେବାରୁ ନିକିତା ଛାତରୁ ଖସି ମୃତ୍ୟୁବରଣ କରିଥିଲେ। ୨୦୧୯ ଜାନୁଆରିରେ ଏହି ଘଟଣା ଘଟିଥିଲା। ଏଥିରେ ସ୍ୱାମୀ ଲିପନଙ୍କୁ ଗିରଫ କରାଯାଇଥିଲା।

ସେଲ୍‌ଫି ବେବୋଙ୍କ ମୃତ୍ୟୁ

ସମ୍ବଲପୁରର ଆଲବମ୍‍ କୁଇନ୍‍ ତଥା ସେଲ୍‌ଫି ବେବୋ ଭାବେ ପରିଚିତ ସିମରନ ସିଂଙ୍କ ୨୦୧୯ ଜାନୁୟାରୀରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଧୀନ ଗୋଇରା ମଠ ନିକଟ ମହାନଦୀ ପୋଲ ତଳୁ ସିମରନ୍‍ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏନେଇ ବୁର୍ଲା ଥାନାରେ ମାମଲା ହେବା ପରେ ତାଙ୍କ ସ୍ୱାମୀ ଧ୍ରୁବ୍‍ରାଜକୁ ପୁଲିସ ଗିରଫ କରିଥିଲା।

 

ପୋଲ ତଳୁ ରଞ୍ଜିତଙ୍କ ମୃତଦେହ ଉଦ୍ଧାର

୨୦୧୬ ଜାନୁୟାରୀ ମାସରେ ଅଭିନେତା ତଥା ନୃତ୍ୟୁଗୁରୁ ରଞ୍ଜିତ ପଟ୍ଟନାୟକ ଓରଫ ରାଜାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ଗାଡ଼ିରେ ରାଜା, ଅଭିନେତ୍ରୀ ଜେସି, ଇଭେଣ୍ଟମ୍ୟାନେଜର ପ୍ରଳୟ ଓ ଡ୍ରାଇଭର ଧନେଶ୍ୱର ବେହେରା କଟକରୁ ବାଲେଶ୍ୱର ଯାଇଥିଲେ। ତେବେ ବାଲେଶ୍ୱର ଜିଲ୍ଲା ସୋର ଥାନା କାଂଶବାଂସ ନଦି ଚପରପଦା ପୋଲ ତଳକୁ ଖସିପଡ଼ିଥିଲେ ରାଜା। ତାଙ୍କୁ ପ୍ରଥମେ ଭଦ୍ରକ ଓ ପରେ କଟକ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ମାମଲାରେ ଜେସିଙ୍କୁ ଗିରଫ କରାଯାଇଥିଲା।

Leave A Reply

Your email address will not be published.