ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୟସ ବଢ଼ିବା ସହିତ ହେଉଥିବା ରୋଗର ଆଗୁଆ ସୂଚନା ଦେବ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ

ନ୍ୟୁୟର୍କ ବିଶ୍ବବିଦ୍ୟାଳୟ ପକ୍ଷରୁ ମେଡିକାଲ୍‌ ସାଇନ୍ସ କ୍ଷେତ୍ରରେ ଏକ ନୂଆ ଗବେଷଣା କରାଯାଇଛି। ବୈଜ୍ଞାନିକମାନେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ନାମକ ଏକ ସଫଳ ଯାନ୍ତ୍ରିକ ଉପାୟ ଉଦ୍ଭାବନ କରିଛନ୍ତି, ଯେଉଁଥିରେ ବୟସ ବଢ଼ିବ ସହିତ ହେଉଥିବା ରୋଗର ଆଗୁଆ ସୂଚନା ମିଳିପାରିବ। ଏହି ଉପାୟରେ ମେଟାବୋଲିଜମ୍‌ ଓ କାର୍ଡିଓବସ୍କୁଲାର୍‌ ଅର୍ଥାତ୍‌ ଧମନୀ ଓ ହାର୍ଟ ସମ୍ପର୍କିୟ ବାୟୋମାର୍କର୍‌ର ପ୍ରୟୋଗ କରାଯିବ। ଏହାକୁ ମାପିବା ପାଇଁ ଜୈବିକ ପ୍ରକ୍ରିୟା ମାଧ୍ୟମରେ ଶରୀରର କଲୋଷ୍ଟ୍ରଲ୍‌, ବଡି ମାସ୍କ ଇଣ୍ଡେକ୍ସ, ଗ୍ଲୁକୋଜ୍‌ ଓ ରକ୍ତଚାପର ଆକଳନ କରି ସ୍ବାସ୍ଥ୍ୟ ସମ୍ପର୍କିତ ତଥ୍ୟ ହାସଲ କରାଯିବ। ଏହା ସହିତ ଜଣେ ବ୍ୟକ୍ତିର ଜୀବନଶୈଳୀ ଓ ତାହାର ପ୍ରଭାବରେ ହେଉଥିବା ରୋଗ ସମ୍ପର୍କିତ ତଥ୍ୟ ବୈଜ୍ଞାନିକ ପ୍ରଣାଳୀରେ ସଂଗ୍ରହ କରାଯିବ। ଏହା ଦ୍ବାରା ଜଣେ ବ୍ୟକ୍ତିର ବୟସ ବଢ଼ିବା ସହିତ ତାହାର ପାଚନ ଓ ନିଶ୍ବାସପ୍ରଶ୍ବାସ ସମ୍ପର୍କିତ ତଥ୍ୟକୁ ଆଧାର କରି ଭବିଷ୍ୟତରେ କେଉଁ ରୋଗ ହେବ, ତାହା ଜଣାପଡ଼ିବ। କାରଣ ବୟସ ବଢ଼ିଲେ କୋଷିକାରେ, ମାନସିକ ସ୍ତରରେ ଓ ବ୍ୟବହାର ଉପରେ କୁପ୍ରଭାବ ପଡ଼ିଥାଏ। ତେଣୁ ଆର୍ଟିଫିସିଆଲ୍‌ ଇଣ୍ଟେଲିେଜନ୍ସ ଦ୍ବାରା ସମୟ ପୂର୍ବରୁ କୌଣସି ରୋଗର ଆଗୁଆ ସୂଚନା ମିଳିଯାଇପାରିବ ଏବଂ ତା’ର ସଠିକ୍‌ ଚିକିତ୍ସା ମଧ୍ୟ ହୋଇପାରିବ। ଚିକିତ୍ସା ପୂର୍ବରୁ ସଚେତନତା ଆବଶ୍ୟକ। ଆର୍ଟିଫିସିଆଲ୍‌ ଇଣ୍ଟେଲିେଜନ୍ସ ଦ୍ବାରା ଏହାକୁ ପ୍ରମାଣ କରାଯାଇପାରିବ ବୋଲି ଗବେଷକମାନେ କହିଛନ୍ତି। କମ୍ପ୍ୟୁଟର୍‌ ସାଇନ୍ସର ବିକାଶ ଯୋଗୁଁ ଆର୍ଟିଫିସିଆଲ୍‌ ଇଣ୍ଟେଲିେଜନ୍ସ ଭଳି ଏକ ମେସିନ୍‌ର ଉଦ୍ଭାବନ ହୋଇପାରିଛି, ଯାହା ମାନବ ଭଳି ମାନସିକ ଚିନ୍ତାଧାରା ସମ୍ପନ୍ନ ହୋଇପାରିବ।

Leave A Reply

Your email address will not be published.