ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌, ଜାରି ହେଲା ଓ୍ବାରେଣ୍ଟ

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ ଖାନ ଗିରଫ ହୋଇପାରନ୍ତି। ଇମ୍ରାନ ଖାନଙ୍କ ନାଁରେ ଆରେଷ୍ଟ ଓ୍ବାରେଣ୍ଟ ଜାରି କରିଛନ୍ତି ଇସ୍ଲାମାବାଦର ଏକ କୋର୍ଟ। ଏକ ଅଦାଲତ ଅବମାନନା ଅଭିଯୋଗରେ ଇସ୍ଲାମାବାଦର ସିନିଅର ସିଭିଲ ଜଜ୍ ରାନା ମୁଜାହିଦ୍ ରହିମ ଶୁକ୍ରବାରଦିନ ଏହି ଓ୍ବାରେଣ୍ଟ ଜାରି କରିଛନ୍ତି । ଗତ ଅଗଷ୍ଟ ମାସ ୨୦ରେ ଇସ୍ଲାମାବାଦରେ ଅନୁଷ୍ଠିତ ଏକ ଜନସଭାରେ ପିଟିଆଇ କର୍ମୀ ସାହାବାଜ ଗିଲଙ୍କୁ ପୁଲିସର ଅତ୍ୟଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚ ପୁଲିସ ଅଧିକାରୀ, ବିଚାରପତି ଏବଂ ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କୁ ଟାର୍ଗେଟ କରି ବିଷ ଓଗାଳିଥିଲେ ଇମ୍ରାନ। ଏଥି ସହିତ ସେ ଜିଲ୍ଲା ଜଜ୍ ଜେବା ଚୌଧୁରୀଙ୍କ ବିରୋଧରେ ବୟାନ ଦେଇଥିଲେ ।

ପିଟିଆଇ କର୍ମୀ ସାହାବାଜ ଗିଲଙ୍କୁ ଦୁଇଦିନିଆ ରିମାଣ୍ଡରେ ନେବାକୁ ପୁଲିସ କରିଥିବା ଆବେଦନକୁ ଜିଲ୍ଲା ଜଜ୍ ଜେବା ଚୌଧୁରୀ ମଂଜୁର କରିଥିଲେ । ଏହାରୁ ବିରୋଧ କରି ଇମ୍ରାନ କହିଥିଲେ ଯେ ଜଜ୍ ଚୌଧୁରୀ ଏହାର ପରିଣତି ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ । ଏହା ସହିତ ସେ ଇସ୍ଲାମାବାଦର ଆଇଜି ଓ ଡିଆଇଜିଙ୍କୁ ବି ଧମକାଇଥିଲେ । ଏହାକୁ ନେଇ ଇମ୍ରାନଙ୍କ ନାଁରେ ଅଭିଯୋଗ କରାଯାଇଥିଲା । ଇସ୍ଲାମାବାଦର ମର୍ଗାଲା ପୁଲିସ ଷ୍ଟେସନରେ ମାଜିଷ୍ଟ୍ରେଟ୍ ଅଲି ଜାଭେଦ ଏକ ଏଫଆଇଆର ରୁଜ୍ଜୁ କରିଥିଲେ । ତେବେ ଏହି ମାମଲାରେ କୋର୍ଟରେ ହାଜିର ହେବାକୁ ପୂର୍ବରୁ ଇମ୍ରାନ ଖାଁଙ୍କୁ ନୋଟିସ୍ ପଠାଯାଇଥିଲେ ବି ସେ ଆସିନଥିଲେ । ଫଳରେ କୋର୍ଟ ତାଙ୍କ ନାଁରେ ଓ୍ବାରେଣ୍ଟ ଜାରି କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ତ ଅଗଷ୍ଟ ମାସ ୨୦ ଇମ୍ରାନଙ୍କ ଜଣେ ଅତ୍ୟନ୍ତ ଘନିଷ୍ଠ ସାହାବାଜ୍‌ ଗିଲଙ୍କ ଉପରେ ପୁଲିସର ଅତ୍ୟଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଇସଲାମାବାଦରେ ତୀବ୍ର ବିଦ୍ରୋହ ଦେଖାଯାଇଥିଲା। ସାହାବାଜଙ୍କୁ ପୁଲିସ ମାଡ ମାରି ଲହୁଲୁହାଣ କରି ଦେଇଥିଲା ବେଳେ ସେ ଚିକିତ୍ସିତ ହେଉଥିବା ହସ୍ପିଟାଲକୁ ଇମ୍ରାନଙ୍କୁ ମଧ୍ୟ ଛଡ଼ାଯାଇ ନଥିଲା। ଏହି ଘଟଣାରେ ଜଣେ ସାମ୍ବାଦିକଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହାପରେ ଇସଲାମାବାଦ୍‌ରେ ରାଲି କରି ଇମ୍ରାନ ପୁଲିସ, ନ୍ୟାୟପାଳିକା ଏବଂ ସରକାରୀ ଅଧିକାରୀଙ୍କ ଉପରେ ବର୍ଷିଥିଲେ।

Leave A Reply

Your email address will not be published.