ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆର୍ମି ଅଫିସର କହି ଠକି ନେଇଗଲା ୨୦ ହଜାର

ଭୁବନେଶ୍ୱର : ଓଏଲ୍‍ଏକ୍ସରୁ ମୋବାଇଲ୍‍ କିଣିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ସାଇବର ଠକ ନିଜକୁ ଆର୍ମି ଅଫିସର ବୋଲି ପରଚୟ ଦେଇ ମୋବାଇଲ୍‍ ବିକ୍ରି ଆଳରେ ୨୦ ହଜାର ଟଙ୍କା ଠକି ନେଇଛି। ଠକେଇର ଶିକାର ହୋଇଥିବା ଲକ୍ଷ୍ମୀସାଗର ଥାନା ଚିନ୍ତାମଣୀଶ୍ୱରର ଅନିତ ସାହୁ ସାଇବର ହେଲ୍ପଡେସ୍କରେ ଅଭିଯୋଗ କରିଛନ୍ତି। ଓଏଲ୍‍ଏକ୍ସରେ ଏକ ପୁରୁଣା ମୋବାଇଲ ବିକ୍ରିର ବିଜ୍ଞାପନ ଦେଖି ଅନିତ ଫୋନ୍‍ ନମ୍ବରରେ ଯୋଗାଯୋଗ କରିଥିଲେ। ଫୋନ ଉଠାଇଥିବା ଠକ ଜଣଙ୍କ ନିଜକୁ ଆର୍ମି ଅଫିସର ପରିଚୟ ଦେଇ ଅଗ୍ରିମ ଆକାରରେ ୫ଶହ ଟଙ୍କା ପଠାଇବାକୁ କହିଥିଲା। ଅନିତ ଟଙ୍କା ପଠାଇବା ପରେ ସମସ୍ୟା ଥିବାରୁ ତାହା ରଦ୍ଦ ହୋଇଯାଇଥିବା ଠକ କହିଥିଲା। ତେଣୁ ଆଉଥର ଟଙ୍କା ପଠାଅ ମୋ ଆକାଉଣ୍ଟକୁ ଟଙ୍କା ଆସିଲେ ଫେରାଇ ଦେବି ବୋଲି କହିଥିଲା ଠକ। ଅନିତ ପୁଣି ୫ହଜାର ଟଙ୍କା ପଠାଇବା ପରେ ଠକ ବିଭିନ୍ନ ଆଳରେ ୨୦ ହଜାର ଟଙ୍କା ଠକି ନେଇଥିଲା।

Leave A Reply

Your email address will not be published.