ତାମିଲନାଡୁରେ ସେନା ହେଲିକପ୍ଟର କ୍ରାସ୍, ସିଡ଼ିଏସ୍ ବିପିନ୍ ରାୱତଙ୍କ ସହ ବରିଷ୍ଠ ଅଧିକାରୀ ଥିବା ସୂଚନା

ନୂଆଦିଲ୍ଲୀ : ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି।ବୁଧବାର ତାମିଲନାଡୁର ନୀଳଗିରି ଜିଲ୍ଲା କୁନୁରରେ ଏହି ଦୁର୍ଘଟଣା ଘଟିଛି । ଏହି ହେଲିକପ୍ଟରରେ ସିଡିଏସ ବିପିନ୍‌ ରାୱତଙ୍କ ସମେତ ୧୪ ଅଧିକାରୀ ଥିବା ଜଣାପଡିଛି। ସମସ୍ତେ ଏକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଉଥିଲେ । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚିଥିବାସୂଚନା ମିଳିଛି।  ବର୍ତ୍ତମାନ ସୁଦ୍ଧା ପ୍ରକାଶ ପାଇଥିବା ସୂଚନା ଅନୁଯାୟୀ ଦୁର୍ଘଟଣା ପରେ ତିନି ଜଣଙ୍କୁ ଉଦ୍ଧାର କରାଯାଇଛି।୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।


ଅନ୍ୟପଟେ ଭାରତୀୟ ବାୟୁସେନା ଟ୍ୱିଟ୍ କରି କହିଛି ଯେ ତାମିଲନାଡୁର କୁନୁର ନିକଟରେ ଭାରତୀୟ ବାୟୁସେନା ମି -17 ଭି 5 ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ସିଡିଏସ୍ ଜେନେରାଲ୍ ବିପିନ ରାୱତ ଥିଲେ। ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।ହେଲିକପ୍ଟର ଦୁର୍ଘଟଣା ପରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ସମଗ୍ର ଅଞ୍ଚଳ ଧୁଆଁରେ ଆଚ୍ଛାଦିତ ହୋଇଥିଲା। ଯେଉଁଠାରେ ହେଲିକପ୍ଟର ପଡିଛି ତାହା ଉଛି ଏକ ଜଙ୍ଗଲ ଅଞ୍ଚଳ ।

Leave a comment