ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅରୁଣାଚଳ ପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଇଟାନଗର: ଅରୁଣାଚଳ ପ୍ରଦେଶର ଉପେର ସିଆଙ୍ଗ ଜିଲ୍ଲାରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ତୁତିଙ୍ଗ ମୁଖ୍ୟାଳୟଠାରୁ ୨୫ କିମି ଦୂର ସିଙ୍ଗିଙ୍ଗ ଗାଁ ପାଖରେ ଏହି ଦୁର୍ଘଟଣା ଘଟିଛି। ଅତ୍ୟନ୍ତ ଦୁର୍ଗମ ଅଞ୍ଚଳରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଦୁର୍ଘଟଣା ଘଟିଥିବା ସ୍ଥାନକୁ କୌଣସି ରାସ୍ତା ସଂଯୋଗ ନାହିଁ। ଘଟଣାସ୍ଥଳକୁ ଉଦ୍ଧାରକାରୀ ଟିମ୍ ପଠାଯାଇଛି।

ସୂଚନାଅନୁଯାୟୀ, ସେନା ହେଲିକପ୍ଟର ରୁଦ୍ର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେନାର ଆକ୍ରାମକ ହେଲିକପ୍ଟର ହେଉଛି ରୁଦ୍ର । ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ ଭାରତୀୟ ସେନା ପାଇଁ ଏହାକୁ ବନାଇଛି । ଏହା ହାଲୁକା ଧ୍ରୁବ ହେଲିକପ୍ଟରର ୱିପନ ସିଷ୍ଟମ ଇଣ୍ଟିଗ୍ରେଟେଡ ଏମକେ-ଆଇଭି ସଂସ୍କରଣ ଅଟେ ।

ଖବର ଅନୁଯାୟୀ, ଚଳିତ ବର୍ଷ ଅକ୍ଟୋବରରେ ଅରୁଣାଚଳପ୍ରଦେଶରେ ଏହା ହେଉଛି ଦ୍ୱିତୀୟ ହେଲିକପ୍ଟର ଦୁର୍ଘଟଣା। ଏହା ପୂର୍ବରୁ ତାୱାଙ୍ଗ ନିକଟରେ Cheetah ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Leave A Reply

Your email address will not be published.