ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଘଟଣା: ୧୪ ଜଣଙ୍କ ମଧ୍ଯରୁ ମିଳିଲାଣି ୧୩ ଜଣଙ୍କ ମୃତଦେହ

ନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁରରେ ବୁଧବାର ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ  ହୋଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ହେଲିକପ୍ଟରରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାୱତ ଓ ତାଙ୍କ ପତ୍ନୀ ଥିଲେ । ଭାରତୀୟ ବାୟୁ ସେନାର MI-17V5 ହେଲିକପ୍ଟରରେ ମୋଟ ୧୪ ଜଣ ଯାତ୍ରୀ ଥିଲେ । ତେବେ ହେଲିପ୍ଟରରେ ଥିବା ୧୪ ଜଣଙ୍କ ମଧ୍ୟରୁ ୧୩ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଡ଼ିଏନଏ ଟେଷ୍ଟ ପରେ ମୃତକଙ୍କ ପରିଚୟ  ଜଣାପଡ଼ିବ। ଏ ନେଇ ସମ୍ପୂର୍ଣ୍ଣ ତଥ୍ଯ ସଂସଦରେ ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୂଚନା ଦେବେ ।

ସେପଟେ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ଭି.ଆର ଚୌଧୁରୀ ସୁଲୁର ଏୟାରବେସରେ ପହଂଚିଥିବା ସୂଚନା ମିଳିଛି । ଅନ୍ୟପଟେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ମଧ୍ୟ ଘଟଣା ସ୍ଥଳକୁ ଯାଉଥିବା ଜଣାପଡ଼ିଛି । ତେବେ ସିଡ଼ିଏସଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ବାୟୁସେନା ମୁଖ୍ୟ ଏମଏମ ନରୱଣେ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

Leave A Reply

Your email address will not be published.