ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାମ୍ମୁ -କାଶ୍ମୀରରେ ଗ୍ରେନେଡ୍ ବିସ୍ଫୋରଣ: ୨ ଯବାନ ସହିଦ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ଗ୍ରେନେଡ୍ ବିସ୍ଫୋରଣରେ ୨ ଜଣ ଯବାନଙ୍କ ମୃତ୍ଯୁ ଘଟିଛି।  ଜଣେ ସେନା କ୍ଯାପଟେନ ଏବଂ ଜଣେ ଜୁନିୟର କମିଶନ ଅଫିସର (ଜେସିଓ) ଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ରବିବାର ରାତିରେ ପୁଞ୍ଚ ଜିଲ୍ଲାର ମେଣ୍ଡାର ଅଞ୍ଚଳରେ କିଛି ଯବାନଙ୍କୁ ନିୟୋଜିତ କରାଯାଇଥିଲା। ନିଜର କର୍ତ୍ତବ୍ୟ ପାଳନ କରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା ଗ୍ରେନେଡ୍ ବିସ୍ଫୋରଣ ପରେ ତୁରନ୍ତ ଆର୍ମି କ୍ୟାପଟେନ ଏବଂ ନାଇବ-ସୁବେଦାର (ଜେସିଓ) ହେଲିକପ୍ଟର ଯୋଗେ ଉଦ୍ଧାମପୁରକୁ ଏୟାରଲିଫ୍ଟ କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ତେବେ ଗ୍ରେନେଡ୍‌ ବିସ୍ପୋରଣ କେମିତି ହେଲା । ଏହି ବିସ୍ପୋରଣ କେଉଁ ମାନଙ୍କର ହାତ ଅଛି ସେ ନେଇ ସୂଚନା ମିଳିପାରି ନାହିଁ। ତେବେ ଏହି ଗ୍ରେନେଡ୍ ବିସ୍ଫୋରଣ ପରେ ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

 

Leave A Reply

Your email address will not be published.